Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଜୟପାଟଣା ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ, ୬ ଷ୍ଟୋନ କ୍ରସର ସିଲ

61 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଞ୍ଚଳର ୬ ଗୋଟି କ୍ରସର ୟୁନିଟ କୁ ସିଲ କରିଛନ୍ତି ଜୟପାଟଣା ତହସିଲଦାର। ଦୀର୍ଘ ବର୍ଷ ହେବ ଅଞ୍ଚଳରେ ଛତୁ ଫୁଟିଲା ଭଳି ଷ୍ଟୋନ କ୍ରସର ଗୁଡିକ ସ୍ଥାପିତ ହୋଇ ଶହ ଶହ ଟ୍ରିପ ମେଟାଲ, ଚିପିସ ବିକ୍ରି କରି ଥିବା ବେଳେ ବର୍ତ୍ତମାନ ତହସିଲ ବିଭାଗ ସତ ଜାଣିବାକୁ ଚେଷ୍ଟା କରିଛି । ତେବେ ଏତେ ବର୍ଷ ଧରି କେଉଁ ସ୍ଥାନରୁ ପଥର ଆସୁଥିଲା ଓ କିପରି ମୁକ୍ତ ଭାବରେ କ୍ରସର ଚାଲିଥିଲା ତାହା ହଜମ ହେଉନାହିଁ । କ୍ରସର ୟୁନିଟ ସ୍ଥାପିତ ହେବା ସମୟରେ ପଥର ଖଦାନ ଅନୁମତି ସହ ବିଭିନ୍ନ ଦିଗକୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ, ଖନନ ବିଭାଗ ଓ ତହସିଲ ପକ୍ଷରୁ ବିଭିନ୍ନ କାଗଜପତ୍ର,ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ଅନୁଧ୍ୟାନ କରିବା ସହ କ୍ରସର ଚାଲୁ କରିବା ପାଇଁ ଆଦେଶ ମିଳିଥାଏ । କିନ୍ତୁ ଏତେଦିନ କିପରି ବେଧଡ଼କ ଭାବେ କ୍ରସର ଚାଲିଥିଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ ?

ତେବେ ତହସିଲ ଅଧୀନରେ ଥିବା ୬ଟି ଷ୍ଟୋନ କ୍ରସର କୁ ଜୟପାଟଣା ତହସିଲଦାର ସିଲ କରିଛନ୍ତି । ଜୟପାଟଣା ତହସିଲ ଅଞ୍ଚଳରେ ୬ ଟି ଷ୍ଟୋନ କ୍ରସର କୁ କୌଣସି ପଥରଖାଦାନରୁ ପଥର ଆଣିବା ପାଇଁ ଲିଜ ଦିଆ ଯାଇନଥିବା ବେଳେ ସେମାନେ ପଥରଚୋରା ଚାଲାଣ କରି କ୍ରସର ଚଳଉ ଥିଲେ ବୋଲି ଅଭିଯୋଗ ହେଉଛି । ଦୀର୍ଘ ଦିନ ଧରି ଏହି ୟୁନିଟ ଗୁଡ଼ିକ ଚାଲୁ ଥିଲ ହେଁ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଅଗ୍ରୱାଲ ଷ୍ଟୋନ କ୍ରସର,ମୁଖୀଗୁଡା ସ୍ଥିତ ବିଦ୍ୟା ଷ୍ଟୋନ କ୍ରସର, ଶ୍ୟାମଜି ଷ୍ଟୋନ କ୍ରସର ମଙ୍ଗଳପୁର,ଡମ୍ବରୁ ଅଗ୍ରୱାଲ ଙ୍କ ହୀରାପୁର ସ୍ଥିତ ଷ୍ଟୋନ କ୍ରସର ସମେତ ରାଣୀ ବାହାଲ, ଏକ୍ଟାଗୁଡା ଷ୍ଟୋନ କ୍ରସର କୁ ସିଲ କରା ଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଦିନ ଧରି ଏହି କ୍ରସର ଚାଲୁଥିଲା କିପରି ଏବଂ ଏହି ୟନିଟ ଚାଲିବା ପାଇଁ କିଏ ସୁରକ୍ଷା ଦେଉ ଥିଲା ?

Related Post

କୁକୁଟେଶ୍ୱର କେନାଲର ପଙ୍କ ଉଦ୍ଧାର ହୋଇପାରିଲା ନାହି, ବିଭିନ୍ନ ସ୍ଥାନରେ ଘାଇ ଭାଙ୍ଗି ପାଣି ଉଚ୍ଛୁଳିଲା

Posted by - July 9, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁକୁଟେଶ୍ୱର କେନାଲ ର ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର କାର୍ଯ୍ୟ ହୋଇପାରିନଥିବାରୁ  କେନାଲ ରେ ପ୍ରତି…

ଆଦିତ୍ୟ ଆଲୁମିନିୟମ ଲପଙ୍ଗାରେ ସ୍ୱଚ୍ଛତା ଆଭିଯାନ

Posted by - October 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଳବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟ ଜନ୍ମତିଥି ରେ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ତରଫରୁ ସ୍ଥାନୀୟ ଲପଙ୍ଗା ଉଚ୍ଚ…

ମାଥିଲି ନୂତନ ବ୍ଲକ ଅଧକ୍ଷଙ୍କ ଦାୟିତ୍ୱ ଗ୍ରହଣ

Posted by - April 6, 2022 0
ମାଥିଲି:( ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ପଂଚାୟତ ସମିତି ନୂତନ ଅଧକ୍ଷ ମହେଶ କୁମାର ବାକା ଦାୟତ୍ୱ ଗ୍ରହଣ କରିଛନ୍ତି, ଚିତ୍ରକୋଣ୍ଡା ବିଧାୟକ ତଥା ମହେଶ କୁମାର…

ଭଗାମୁଣ୍ଡା ଠାରେ ଶୁଭ ଉଦଘାଟନ ହେଲା ମେଗା ସିଲ୍କପାର୍କ

Posted by - September 13, 2019 0
କେନ୍ଦୁଝର,୧୨/୯କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଠାରେ ଗୁରୁବାର ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ…

ଟିଟିଲାଗଡ ଯାଦବ ସମାଜ ପକ୍ଷରୁ ମାଲିଝର ଗିରି ଗୋବର୍ଦ୍ଧନ ମଣ୍ଡପ ଠାରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ

Posted by - July 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜିଲ୍ଲା ଯାଦବ ମହାସଭାର ଆହ୍ୱାନ କ୍ରମେ ପ୍ରତିବର୍ଷ ଭଳିଏହି ବର୍ଷ ମଧ୍ୟ ପାଇଁ ଜୁଲାଇ ଏକ ତାରିଖକୁ ଟିଟିଲାଗଡ଼ ଯାଦବ ସମାଜ ପକ୍ଷରୁ ସାମୁହିକ…