ସତ୍ୟବାଦୀ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

119 0

ଭବାନୀପାଟଣା:(ସୂରଜ ପ୍ରକାଶ ଜୈନ)କଳାହାଣ୍ଡି ଜନ ଆନ୍ଦୋଳନ ର ଜଣେ ଆଗ ଧାଡ଼ିର ସଂଗ୍ରାମୀ, ଦଳିତ ଓ ଆଦିବାସୀ ଆନ୍ଦୋଳ ର ଅନ୍ୟଜଣେ ପୁରୋଧା,ନିୟମଗିରି ଏବଂ ଉଠାଦୋକାନୀ ଆନ୍ଦୋଳନର ଆଗ ଧାଡ଼ିର ନେତା ସତ୍ୟବାଦୀ ନାଏକଙ୍କ ପ୍ରଥମ ଜନ୍ମ ବାର୍ଷିକୀ ତାଙ୍କ ଭବାନୀପାଟଣା ସ୍ଥିତ ରାମସଗର ପଡାରେ ପାଳିତ ହୋଇଯାଇଛି । ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତ ୧୪ ଜୁଲାଇ ରେ ଅକାଳ ବିୟୋଗ ହୋଇଥିଲା ।

ସେ ଜଣେ ମିଷ୍ଟ ଭାଷୀ ପରୋପକାରୀ ,ସମବାୟ ପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ କଳାହାଣ୍ଡି ଜିଲ୍ଲାରେ ପରିଚିତ ଥିଲେ । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାଥନା ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀକାନ୍ତ ମିଶ୍ର,ସାମ୍ବାଦିକ ଅଜିତ ସିଂ, ବିକାଶ ଷଡଙ୍ଗୀ, ଚିତ୍ତରଞ୍ଜନ ବିଶି,ଲକ୍ଷ୍ୟଜ୍ୟୋତି ଜାଲ,ସନ୍ଦୀପ ବେହେରା, ଏମ୍ବସ,ରାଜ୍ୟ ପ୍ରଭାରୀ ଛବିଲାଲ ନିଆଲ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ, ସତ୍ୟମହାର,ସୁରେଶ ସଂଗ୍ରାମ ଗୋଲାମୁଣ୍ଡା ବ୍ଲକ ଅଧ୍ଯଷ ବିନ୍ଦୁ ମହାନନ୍ଦ, ଯୁବ ବିଜେଡିର ଅଭିନାଶ ଠାକୁର,ମଣ୍ଡୁ ନାଏକ,ମନୀନ୍ଦ୍ର ମହାନ୍ତି ,ଗିରିଶ ନାଏକ,ତ୍ରିଲୋଚନ କୁମାର, ବିଭିଶଣ ନାଏକ,ଯୁବ କଂଗ୍ରେସର ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ,ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଅବସରେ ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ,ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲୋକୋଶକ୍ତି ଅଭିଯାନର ପ୍ରଫୁଲ୍ଲ ସମନ୍ତରା, ସମାଜସେବୀ ଦିଲ୍ଲୀପ ଦାସ, ଲେଲିନ କୁମାର, ହେମନ୍ତ ଦଳପତି ପ୍ରମୁଖ ଟ୍ୟୁଟର ମଧ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Related Post

ଶ୍ରୀ ଭାସ୍କର ରଇତଙ୍କ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

Posted by - July 13, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ଶ୍ରୀ ଭାସ୍କର ରଇତ ତା ୧୧.୭.୨୦୨୧ ରିଖ ଦିନ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି,…

ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌରପାଳିକା ପକ୍ଷରୁ ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ପୌରପାଳିକାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପରିମଳ ବିଶେଷଜ୍ଞ ଦେବାଶୀଷ ଭୂୟାଂ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର‌୍ୟ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର ଓ୍ୟାର୍ଡ ସ୍ତରୀୟ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌରପାଳିକା କର୍ମଚାରୀ ସମେତ ୧୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମସ୍ତ ପ୍ରକାର ଭତ୍ତା ପାଇଁ କାଗଜ ପାତ୍ର ଯାଞ୍ଚ

Posted by - October 6, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ର ଗାଇସିଲଟ ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଦ୍ୱାରା…

ଚାଟିକୋଣା ପଞ୍ଚାଯତରେ CWS ତରଫରୁ ସରକାରୀ ସ୍ତରୀୟ କାର୍ମଶାଳା

Posted by - September 16, 2022 0
ମୁନିଗୁଡା:(ରମାକାନ୍ତ ପଡାଲ)ଚାଟିକୋଣା ପଞ୍ଚଜୟତ ଠାରେ CWS ତରଫରୁ ସରକାରୀ ସ୍ତରୟ ଅଫିସର ଉପସ୍ଥିତ ରେ କୃଷିଅଧିକାରୀ ଶ୍ରୀ ବଲରାମ ପାତ୍ର ଏବଂ ଉଦ୍ୟାନ ବିଭାଗ ଶ୍ରୀ ପୂନ୍ନନନ୍ଦ…

୨ ଲକ୍ଷ ୮୦ ହଜାର ମୂଲ୍ୟର ୯୬ ହଜାର କେଣ୍ଡା ଧାନ ନଡ଼ା ପୋଡ଼ିଦେଲେ ଦୁର୍ବୃତ୍ତ

Posted by - March 3, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ର ସଞ୍ଜୀବ ବେହେରା ଙ୍କ କେନ୍ଦୁଲିଫ ରେ ଫଡ଼ି ଘର ଛାତ ନିର୍ମାଣ…