ଆଦର୍ଶ ମାନବ ଗଠନ ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାକୃତ ଭାବେ ଶିକ୍ଷାନୁଷ୍ଠାନ ମାନଙ୍କୁ ଯାଇ ନୈତିକ ଶିକ୍ଷା ପ୍ରଦାନ

95 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଦର୍ଶ ମାନବ ଗଠନ ପାଇଁ ଜଣେ ବ୍ୟକ୍ତି ନିଜର ଉଦ୍ୟମ କ୍ରମେ ଅଞ୍ଚଳର ଛ ଟି ଜିଲ୍ଲା ବୁଲି ବୁଲି ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ମାନଙ୍କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ହେଲେ ମୁରିବାହାଲ ବ୍ଲକ ସତିଘାଟ ଅଞ୍ଚଳର ଯୁବକ ଆଲୋକ ମହାନ୍ତି। ସୋମବାର ଦିନ ସ୍ଥାନୀୟ ଶିବ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ନୈତିକ ଶିକ୍ଷା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନଳିନୀ ତରାଇ ଏବଂ ସମ୍ମାନୀତ ଅତିଥି ଭାବେ ଯୁବ ସାମ୍ୱାଦିକ ସଞ୍ଜୟ କୁମାର ନାୟକ ମଞ୍ଚଷିନ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ନଳିନୀ ତରାଇ ଆଲୋକ ମହାନ୍ତିଙ୍କ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରିଚୟ ପ୍ରଦାନ କରିବା ପରେ ଶ୍ରୀ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିଥିଲେ। ତାଙ୍କର ଶିକ୍ଷା ଦେବାର ପ୍ରଣାଳୀ ଟିକେ ନିଆରା। ଦୈନଦିନ ଜୀବନରେ ପିଲା କିପରି ଶୃଙ୍ଖଳିତ ରହିବେ, ଖାଦ୍ୟ ନ ଫିଙ୍ଗିବା, ସମୟର ସଦୁପଯୋଗ କରିବା, ପାଠ ପଢାରେ ମନ ଦେବା, ସମୟର ସଦୁପଯୋଗ କିପରି କରିବେ,ଅନ୍ୟମନସ୍କ ନ ହେବା ଭଳି ବିଷୟ ଉପରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଗୀତ ଗାଇ, ନାଟ୍ୟ ପରିବେଷଣ ସଦୃଶ ଭଙ୍ଗିରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଖୁସି ଦେବା ସହ ଦେଇଥିବା ଶିକ୍ଷା ସେମାନଙ୍କ ମନକୁ ମୋହି ନେଇଥିଲା। ପିଲାଙ୍କ ମୁହଁରେ ହସ ଫୁଟିବାର ଦେଖିବାକୁ ମିଳିଥିଲା।

ପ୍ରକୃତରେ ଶିକ୍ଷା ଦେବାର ଏକ ନିଆରା ଢଙ୍ଗରେ ପିଲାଙ୍କ ଜୀବନରେ ନୈତିକ ଶିକ୍ଷା ସହ ସେମାନଙ୍କୁ ନୀତି ଶିକ୍ଷା ପ୍ରଦାନ କରିଥିଲେ। ପିଲା ମାନେ ବିନା ଚାପରେ ବହୁତ ଖୁସିରେ ଆଲୋକ ମହାନ୍ତିଙ୍କ ସମସ୍ତ ଶିକ୍ଷାକୁ ବହୁତ ଆଗ୍ରହରେ ଗ୍ରହଣ କରି ତାଳିମାରି ଖୁସି ବ୍ୟକ୍ତ କରିଥିଲେ। ଯେଉଁମାନେ ଏହି ଶିକ୍ଷା ଦାନ ବିଷୟରେ ପ୍ରଶ୍ନର ଉତ୍ତର ଦେଇଥିଲେ ସେମାନଙ୍କୁ ଛୋଟ ଛୋଟ ଉପହାର ଦେବା ସହ ସବୁ ଦିନ ହାତ ଧୋଉଥିବା, ସଫା ସୁତୁରା ରହୁଥିବା, ଭଲ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନଳିନୀ ତରାଇ, ଶିକ୍ଷକ ପ୍ରଦୀପ ସାହୁ, ସଞ୍ଜୁଲତା ଦେଈ ଏବଂ ଯୁବ ସାମ୍ୱାଦିକ ସଞ୍ଜୟ କୁମାର ନାୟକ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।

Related Post

ଦେଦର୍ହ ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ନୂତନ କମିଟି ଗଠିତ

Posted by - October 13, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗାଁ ର ୨୯ ତମ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ନିଶାଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ

Posted by - August 2, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାର ରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା…

ଗୁଜରାତି ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ୨୨୩ତମ ଜଲାରାମ ଜୟନ୍ତି ପାଳିତ

Posted by - November 1, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଗୁଜୁରାତି ସମାଜର ଇଷ୍ଟ ଦେବତା ହେଲେ ପ୍ରଭୁ ଜଲାରାମ, ତାଙ୍କର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ସବୁ କାର୍ଯ୍ୟ…

ଆଞ୍ଚଳିକ ସାହିତ୍ୟ ପରିଷଦ,ଅତାବିରା ତରଫରୁ ସ୍ୱର୍ଗତ ଡଃ ମଙ୍ଗଲୁ ଚରଣ ବିଶ୍ୱାଲଙ୍କ ଶ୍ରଦ୍ଧାଞ୍ଜଲି ସଭା

Posted by - January 14, 2022 0
ଅତାବିରା:ଗୁରବାର ଦିନ ସନ୍ଧ୍ୟା ୬ ଟା ସମୟରେ ସାରସ୍ୱତ ସାଧକ ଦିବଂଗତ ଡଃ ମଂଗଲୁ ଚରଣ ବିଶ୍ୱାଲଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଲି ସଭା ଆଞ୍ଚଲିକ ସାହିତ୍ୟ ପରିଷଦ,ଅତାବିରା…

ଆଞ୍ଚଳିକ କୃଷକ ସଙ୍ଘ ର ଜରୁରୀ ବୈଠକ

Posted by - September 9, 2021 0
ବରଗଡ:ପଦ୍ମପୁର ବ୍ଲକ ସର୍ଗି ବାହାଲ ବଜାର ପ୍ରାଙ୍ଗଣରେ ଆଞ୍ଚଳିକ କୃଷକ ଶ୍ରମିକ ସଂଘର ସଭାପତି ଗୋବର୍ଦ୍ଧନ ଭୋଏଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି ।…