ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ ୧ କୋଟି ଦେଇଥିବା ସିବିଆଇ ଜାଣିବାକୁ ପାଇଥିଲା। ଓସିଏ ଭଳି ସଂସ୍ଥା ସମ୍ପୃକ୍ତ କମ୍ପାନୀକୁ ପ୍ରାୟୋଜକ କରି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିବା ଏବଂ ଏଥିରେ ଓସିଏର ତତ୍କାଳୀନ ସମ୍ପାଦକଙ୍କ ଭୂମିକା ଥିବାରୁ ଏହାକୁ ଅପରାଧିକ ଷଡ଼ଯନ୍ତ୍ର ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି। ପୂର୍ବରୁ ଉକ୍ତ ଚିଟଫଣ୍ଡ ସଂସ୍ଥା ନାଁରେ ୬ଟି ଚାର୍ଜସିଟ୍ କରିସାରିଛି ସିବିଆଇ।
