Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଟିଟିଲାଗଡ ହାଟପଦା ପଡ଼ାରେ ୨୫ ତମ ଷୋହଳ ପ୍ରହର ନାମଯଜ୍ଞ ସମ୍ପନ୍ନ

290 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ାରେ ଅତି ଧୁମଧାମରେ ଷୋହଳ ପ୍ରହର ନାମଯଜ୍ଞ ସମ୍ପର୍ନ୍ନ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ କଳସ ଯାତ୍ରା ବାହାରି ପାଣି ଧରି ମଣ୍ଡପକୁ ଫେରିଥିଲେ। ଶନିବାର ସକାଳୁ ପୂଜାର୍ଚ୍ଚନା କରିବା ପରେ ନାମ ଧରିଥିଲେ, ଏହି ଷୋହଳ ପ୍ରହର ନାମଯଜ୍ଞରେ ବିଭିନ୍ନ ଅଞ୍ଚଳରୁ କୀର୍ତ୍ତନ ଦଳ ଆସି ଏଠାରେ ପ୍ରଭୁଙ୍କ ନାମ ଧରିଥିଲେ, ତନ୍ମଧ୍ୟରୁ ତିନୋଟି ମହିଳା କୀର୍ତ୍ତନ ଦଳ ଅନ୍ୟତମ। ଏହି ଷୋହଳ ପ୍ରହର ନାମଯଜ୍ଞରେ ପଡ଼ାବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଶ୍ରଦ୍ଧାରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ସୋମବାର ଏହି ନାମଯଜ୍ଞ ସମ୍ପର୍ନ୍ନ ହେବା ଅବସରରେ ପଡ଼ାରପୁରୁଷ, ମହିଳା, ଯୁବପିଢି, ଆବାଳ ବୃଦ୍ଧ ବନିତା ହରେ ରାମ ହରେ ରାମ, ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ତାଳରେ ଆତ୍ମ ବିଭୋର ହୋଇ ନାଚି ଉଠିଥିଲେ ଯେମିତିକି ସଂସାରର ସବୁ ଦୁଃଖକୁ ଭୁଲି ପ୍ରଭୁଙ୍କ ସରଣରେ ନିଜକୁ ହଜାଇ ଦେଇଥିଲେ। ସତରେ ଆଜିର ଆଧୁନିକ ଯୁଗରେ ବି ଭଗବାନଙ୍କ ପ୍ରତି ଶ୍ରଦ୍ଧା, ଆସ୍ଥା ଓ ବିଶ୍ୱାସ ରହିଛି,ଯଦ୍ୱାରା ଏତେ ସୁନ୍ଦର ଭାବରେ ଏହି ପ୍ରଭୁଙ୍କ ନମାଯଜ୍ଞ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଯାଇଛି।

ଏହି ନାମଯଜ୍ଞକୁ ପରିଚାଳନା କରିବାରେ ସଭାପତି ପ୍ରଭାକର ସରାଫ, ସଂପାଦକ ରୁଲୁ ମିଶ୍ର, ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, ଗୋବିନ୍ଦ ସାହୁ, ପରମାନନ୍ଦ ବେହେରା, କୋଷାଧ୍ୟକ୍ଷ ଧଳାକାହୁଁ ବୁଡ଼େକ, ସତ୍ୟଜିତ ଷଡ଼ଙ୍ଗୀ, ଦେବ କୁମାର ବେହେରା,ସଞ୍ଜିତ ସିନହା, ସୁବୋଧ ସାହୁ, ସୁରଜ ବେହେରା, ଲିଙ୍ଗରାଜ ଦୀପ, ରଞ୍ଜନ ସାହୁ, ପ୍ରଫୁଲ୍ଲ ବୁଡ଼େକ, ପୁଷ୍ପା ସାହୁ, ବାସନ୍ତୀ ବୁଡେକ, ବିନୋଦିନୀ ବେହେରା, ରସ ବେହେରା, ମୀନାକ୍ଷୀ ତରିଆ, ମଞ୍ଜୁରୀ ବେହେରା, ଟିକେଲାଲ ସେଠ ସହଯୋଗ କରିଥିବା ବେଳେ କର୍ତ୍ତା ଭାବରେ ନାରାୟଣ ସାହୁ ଏବଂ ସପତ୍ନି ପୂଜାରେ ବସିଥିଲେ। ଏହି ଷୋହଳ ପ୍ରହର ନାମଯଜ୍ଞକୁ ପୌରପରିଷଦର ଅଧ୍ଧକ୍ଷାଙ୍କ ପ୍ରତିନିଧି ନବୀନ ଜୈନ, ଉପାଧକ୍ଷା ପୁଷ୍ପା ମଞ୍ଜରୀ ଜାଲ, ମାନସ ସାହୁ, ସୁଧୀର ଅଗ୍ରୱାଲ,ପୂର୍ବତନ ନଗରପାଳ ସୁଭ୍ରଂ।ଶୁ ଦାସ,, ଜିଲ୍ଲା ଯାଦବ ମହାସଭାର ସଂଯୋଜକ ମନୋଜ ହାତୀ, ଆଇନଜୀବି ଆଲୋକ ନାୟକ ଏବଂ ସହରର ବହୁ ନାଗରିକ ଏହି ନାମଯଜ୍ଞରେ ସାମିଲ ହୋଇଥିଲେ।

Related Post

ମନ୍ଦିର କୁ ବାହୁଡ଼ିଲେ ଆମପାଣି ବୁଢ଼ାରଜା ଙ୍କ ଲାଠିଯାତ୍ରା କରୋନା ଯୋଗୁଁ ଭକ୍ତ ଙ୍କୁ ମନା

Posted by - October 25, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ନେତାଙ୍କୁ କରୋନା କଟକଣା ଲାଗୁ ହେଉନଥିବା ବେଳେ ବିଭିନ୍ନ ଧାର୍ମିକ ପରମ୍ପରା ପର୍ବ ପର୍ବାଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କରୋନା ମାଡ…

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୋରଜବରଦସ୍ତି କରି ଋଣ ଟଙ୍କା ଆଦାୟ କରିବା ପ୍ରତିବାଦରେ ଗଣଧାରଣା

Posted by - June 22, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ବିଗତ ଦୁଇ ବର୍ଷ ହେଲା ୯୦୦ ରୁ ଊର୍ଦ୍ଧ୍ବ ଏସ ଏଚ ଜି ମହିଳା ମାଁ ମାନଙ୍କୁ ଗ୍ରୁପ ଲୋନ ନେବା ପରେ…

ଫେସବୁକ କମେଣ୍ଟ କୁ ଅଭିଯୋଗ ଭାବେ ଗ୍ରହଣ କଲା ଜିଲା ପ୍ରଶାସନ

Posted by - April 15, 2020 32
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଠିକଣା ଭାବେ ପାଳନ କରିଛି। ସୋସିଆଲ ମିଡ଼ିଆ…

ଜଣେ ନର୍ସ ସଂକ୍ରମିତ ହେବାପରେ ଡାକ୍ତରଖାନା ପରିସର ହେଲା ସାନିଟାଇଜ

Posted by - July 18, 2020 35
ବିଞ୍ଝାରପୁର::(ଗୁଲସାହାନୱାଜ ଅଲି ଖାଁ)ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୭୭ ହଜାର ୮୯୩ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୬ ହଜାର ୭୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…