ବହୁ ଦିନର ନିରବତା ପରେ ପୁଣି ମାଓବାଦୀ ମାରିଲେ ଦୁଇଟି ମାଓ ବେନର, ଲେ।କେ ଭୟଭୀତ

137 0

ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବେନର ଲାଲ ରଙ୍ଗର କପଡାରେ ଧଳା ଅକ୍ଷରରେ ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇ ଶନିବାର ମଧ୍ୟରାତ୍ର ରେ ମର।ଯ।ଇଥିବ। ଦେଖିବାକୁ ମିଳିଛି । ରବିବାର ଦିନ ଘୁନୁସର ବଜାର ହୋଇଥିବା ବେଳେ ବଜାର କୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବେନର ଦେଖିବାକୁ ପାଇଥିଲେ । ମର।ଯ।ଇଥିବ। ବେନାର ରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ମେ ୨୦ ତାରିଖ  ଦିନ ଓଡିଶା ରାଜ୍ୟ ବନ୍ଦ ସଫଳ କରନ୍ତୁ ।

ଗଲା ଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଲିବର୍ଷଣ ରେ ୨୦ ଜଣ ବିପ୍ଲବି ଙ୍କ ହତ୍ୟା କରିବାରେ ରାଜ୍ୟବନ୍ଦ କୁ ସଫଳ କରନ୍ତୁ । ରାଜନୀତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧ କୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ବ୍ରିହ୍ମଣୀୟ , ହିନ୍ଦୁତ୍ଵ , ଫାସିବାଦ ସରକାର ଦ୍ଵାରା ଚାଲଯାଉଥିବା ଦମନ ଅଭିଯାନ ବିରୋଧ କରନ୍ତୁ । କସେଡ ରବିନ୍ଦ, କସେଡ ରୋହିତ ଅମର ରହେ । ଲେଖା ହେବା ସହ ତଲେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି । ମାଓ ବ୍ୟାନର ମର।ଯ।ଇଥିବ। ସ୍ଥାନୀୟ ଅଞ୍ଚଳର ଲୋକେ ଦେଖି ଭୟଭିତ ନ ହୋଇ ରବିବାର ଦିନ ବସିଥିବା ସାପ୍ତାହିକ ବଜାର ରେ ବ୍ୟବସାୟୀ ମାନେ ବିକ୍ରୟ ପାଇଁ ରଖିଥିବା ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ କୁ କ୍ରୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏନେଇ ପୋଲିସ ଖବର ପାଇ ବେନର ଦ୍ୱୟ କୁ ଜବତ କରିଥିବା ସୂଚନା ମିଳିଛି ।

Related Post

ଖୁଲମ ଖୁଲା ପଦାରେ ବୁଲୁଛନ୍ତି କରୋନା ସନ୍ଦିଗ୍ଧ,କାହାରି ନିଘା ନାହି

Posted by - August 22, 2020 0
ଭୁବନେଶ୍ବର: ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ସ୍ତରରେ ଭାରତର ଅବସ୍ଥା କରୋନା ସଂକ୍ରମିତରେ ଜୁଡୁବୁଡୁ। ସେହିପରି ରାଜ୍ୟରେ କରୋନାର…

ମା’ ବିରଜାଙ୍କ ରଥଯାତ୍ରା ପ୍ରସଂଗ ନେଇ ଦାୟର ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ

Posted by - September 28, 2020 0
ଭୁବନେଶ୍ବର :ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି…

କେସିଙ୍ଗା ଉପଖଣ୍ଡ ରେ ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

Posted by - May 2, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ଉପଖଣ୍ଡ ପୋଲିସ ତରଫରୁ ଅଧୀନସ୍ଥ ଥାନା ଅଞ୍ଚଳଗୁଡିକରେ ବିଭିନ୍ନ ଯାନବାହାନ ଚଳାଚଳରେ ନିୟମ ଉଲ୍ଲଙ୍ଘନକାରୀ ଚାଳକଙ୍କ ବିରୁଦ୍ଧରେ ମଟର ଭେହିକିଲ୍ ପ୍ରବର୍ତ୍ତନ ଆରମ୍ଭ କରିଛନ୍ତି।…

ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାର ପର୍ଦାପାଂଶ

Posted by - April 16, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ ଘଟଣାର ପର୍ଦ୍ଧାପାଂଶ ହୋଇଛି । ଉଦ୍ଧାର ହୋଇଥିବା ନରକଙ୍କାଳ…

ବେଆଇନ ପଥର ଉତ୍ତୋଳନ କେନ୍ଦ୍ର ରେ ଚଢ଼ାଉ କଲେ ହରଭଙ୍ଗା ତହସିଲଦାର

Posted by - March 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା…