ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୁଣି କଳାହାଣ୍ଡି ର ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ କୁ ଫେରିଲା ଶବ। ବାଙ୍ଗାଲୋରରେ ଟ୍ରେନ୍ ଦୁର୍ଘଟଣାରେ ଦୁର୍ଘଟଣାରେ ମୃତ୍ୟୁ ଅଭିଯୋଗ ଘଟଣା ଏବେ ସାମ୍ନା କୁ ଆସିଛି। କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗ୍ରାମର ଦ୍ୱାରୁ ନାଏକ ଙ୍କ ପୁଅ ଗଜେନ୍ଦ୍ର ନାଏକ ( ୨୫) ଗତ ଦେଢ଼ ମାସ ତଳେ ପରିବାର ର ଆର୍ଥିକ ଅଭାବ ଯୋଗୁଁ ସାଥି ଶ୍ରମିକ ଙ୍କ ସହ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ।
ବାଙ୍ଗାଲୋର ର କୁମୁଳଗଡ ଗେରପାଲିଆ ରେ ଥିବା ପ୍ରଭା ଇଣ୍ଡଷ୍ଟ୍ରିଆଲ ଠିକାସଂସ୍ଥାରେ କାମ କରୁଥିଲେ ବୋଲି ସୁଚନା ମିଳିଛି। କାମ କୁ ବାହାରିବା ସମୟରେ ଟ୍ରେନ ଧକ୍କା ଦେବା ଫଳରେ ଗଜେନ୍ଦ୍ର ନାଏକ ଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପାଖରେ ଗୁରୁବାର ରାତି ଖବର ପହଞ୍ଚି ଥିଲା।
ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଶବ ଗତକାଲି ରାତିରେ ଘରକୁ ଆସିଥିଲା। ତେବେ ରୋଜଗାରିଆ ଯୁବକ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ବୃଦ୍ଧ ବାପା ମା ଓ ପରିବାର ଭାଙ୍ଗି ପଡିଛନ୍ତି। ତାଙ୍କ ମୃତଦେହ ଗାଁ କୁ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଓ ଆଜି ସକାଳେ ଶବ ସତ୍କାର କରାଯାଇଥିଲା ।