Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣା, ମୃତକର ସ୍ଵାମୀ କୋର୍ଟ ଚାଲାଣ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ

183 0

ଭୁବନେଶ୍ବର (ବ୍ୟୁରେ।) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୂକୂଲା ଗ୍ରାମର ଜୈନିକ ମହିଳା ଙ୍କ ମୃତ୍ୟୁ ଘଟଣା ରେ ମହିଳା ଙ୍କ ସ୍ଵାମୀଙ୍କୁ କୋର୍ଟ ଚାଲାଣ ଓ ଏହି ଘଟଣା ସମ୍ପର୍କୀତ ସଂବାଦ ସଂଗ୍ରହ ସମୟରେ ଜୈନିକ ସାମ୍ବାଦିକ ଙ୍କ ଆକ୍ରମଣ ଅଭିଯୋଗରେ ୭ ଜଣ ଙ୍କୁ ଗିରଫ କରିଛି ଖଡ଼ିଆଳ ପୋଲିସ। ଖବର ରୁ ଜଣାଯାଏ ଯେ ତୁକୁଲା ଗ୍ରାମ ଜଗତପଡା ର ରମେଶ ତାଣ୍ଡି ଓ ତାଙ୍କ ପତ୍ନୀ କ୍ଷୀରମଣି ଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେବାରୁ ସ୍ଵାମୀ ରମେଶ ସ୍ତ୍ରୀ କ୍ଷୀରମଣି କୁ ମାଡ ମାରିଥିଲେ। କ୍ଷୀର ବେହୋସ୍ ହୋଇଯିବା ରୁ ତାକୁ ଖଡ଼ିଆଳ ମିସନ ହସ୍ପିଟାଲ କୁ ନିଆଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ଘଟଣା ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ରବି ଠେଲା ଙ୍କୁ ରମେଶ ଙ୍କ ସମ୍ପର୍କୀୟ ମାନେ ଆକ୍ରମଣ କରିଥିଲେ।

ଜିଲ୍ଲା ସାମ୍ବାଦିକ ସଂଘ ଘଟଣା ର ପ୍ରତିବାଦ କରିବା ସହ ଆକ୍ରମଣ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଏସ॰ଡ଼ି.ପି .ଓଙ୍କୁ ଦାବିପତ୍ର ପ୍ରଦାନ କରି ଧାରଣା ଦେଇଥିଲେ। ଧାରଣା ରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ମାନେ ସାମିଲ ଥିଲେ। ପରେ ପୋଲିସ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ୮ ଜଣ ଙ୍କୁ ପୋଲିସ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି। ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା କୁ ଘୋର ନିନ୍ଦା କରିବା ସହ ଜଡିତ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ନୂଆପଡ଼ା ଜିଲ୍ଲା ଶାଖା କର୍ମକର୍ତ୍ତା ଓ ସଭ୍ୟ, ସାମ୍ବାଦିକ ସମୂହ, ଏଇ ଓଡିଶା ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ନରେନ୍ଦ୍ର ନେଗୀ, ସହ ସମ୍ପାଦକ ତଥା ରାଜ୍ୟ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି।

Related Post

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ପକ୍ଷରୁ ପଦଯାତ୍ରା ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ୱାରକପତ୍ର

Posted by - October 3, 2020 0
ଭୁବନେଶ୍ୱର:ଭାରତୀୟ ସାମ୍ବାଦିକ ସଂଘ (ଆଇଜେୟୁ)ର ଡାକରାରେ ସାରାଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ୨ଅକ୍ଟୋବରକୁ ଦେଶବ୍ୟାପୀ ବିରୋଧ ଦିବସ ଭାବେ ପାଳନ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାମ୍ବାଦିକମାନେ…

ଜଙ୍ଗଲ ସୃଷ୍ଟି ପାଇଁ କାମ୍ପା ପାଣ୍ଠିରୁ ୪୭,୪୩୬ କୋଟି, ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି

Posted by - August 30, 2019 0
ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭,୪୩୬ କୋଟି ଟଙ୍କା ଜାରି…

ଯାଜପୁର ଜିଲା ରେ ୭୧ ତମ ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ

Posted by - January 26, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବାଳାଶ୍ରମ ପଡିଆରେ ୭୧ ତମ ଜିଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଶକ୍ତି ଏବଂ…