ଅନୁଗୁଳ: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ରାତି ରେ ଏହି ଅଘଟଣ ଘଟିଥିଲା।ରାତି ବେଳେ ଖୋଲାମୁହଁ କୋଇଲା ଖଣିରେ ଶ୍ରମିକମାନେ ତିନିଟି ହାଇଓ୍ଵା ଏବଂ ଗୋଟିଏ ଲୋଡ୍ରରେ କୋଇଲା ବୋଝେଇ କରୁଥିବା ବେଳେ ଖଣି ମୁହଁର ଗୋଟିଏ ଅଂଶ ଅକସ୍ମାତ ଧସିପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ କେତେ ଜଣ ଧସି ପଡ଼ିଥିବା କୋଇଲା ଅତଡ଼ା ତଳେ ପୋତି ହୋଇ ରହିଯାଇଥିଲେ।ଆହତ ୧୦ ଶ୍ରମିକଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କୋଇଲା ବ୍ଲାଷ୍ଟିଂ ବେଳେ ପ୍ରାୟ ୫୦୦ ମିଟର ଯାଏ ମାଟି ଧସି ହୋଇ ଯିବା ଫଳରେ ଏହି ଅଘଟଣ ଘଟିଥିଲା।ପୋତି ହୋଇ ପଡ଼ିଥିବା ଶ୍ରମିକମାନଙ୍କର ପରିଚୟ ମିଳି ପାରି ନାହିଁ।
Facebook Notice for EU!
You need to login to view and post FB Comments!