ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ

1041 0

ଭୁବନେଶ୍ୱର,୧୦ା୭ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଜୁଲାଇ ୯ ଯାଏ ରାଜ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୩୦୬.୩ ମିଲିମିଟର ବର୍ଷା ହେବା କଥା, ମାତ୍ର ହୋଇଛି ୨୬୮.୩ ମିଲିମିଟର। ରାଜ୍ୟରେ ୧୧ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି। ଗଜପତି ଜିଲାରେ ସ୍ବାଭାବିକଠାରୁ ୫୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଅନୁଗୋଳରେ ୧୭, ବଲାଙ୍ଗୀରରେ ୨୫, ବାଲେଶ୍ୱରରେ ୪୪, ଗଞ୍ଜାମରେ ୩୩, କଳାହାଣ୍ଡିରେ ୧୫, କନ୍ଧମାଳରେ ୨୯, କେନ୍ଦୁଝରରେ ୨୭, ମୟୂରଭଞ୍ଜରେ ୩୦, ନୟାଗଡ଼ରେ ୨୩, ରାୟଗଡ଼ାରେ ୩୪ ଏବଂ ସୁନ୍ଦରଗଡ଼ ଜିଲାରେ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ବର୍ଷା କମିବା ସାଙ୍ଗକୁ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ଅନେକ ଚାଷୀ ଚାଷକାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏ ପଟେ ମରୁଡି ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଅଧିକ ଖର୍ଚ୍ଚ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମିଳୁ ନ ଥିବାରୁ କୃଷକ ଚାଷ ପ୍ରତି ଆଉ ଆଗ୍ରହ ଦେଖାଉ ନାହାନ୍ତି ଚାଷୀ। ଜମି ପଡିଆ ପଡୁଛି ପଛେ ବିଲକୁ ହଳ ଯାଉନି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଆକଳନ କରିଛନ୍ତି। ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଅର୍ଥକରୀ ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।କୃଷି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ରେ ୩୬ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ସ୍ବଳ୍ପ ବୃଷ୍ଟି ଯୋଗୁ ଚଳିତବର୍ଷ ୩୬ ଲକ୍ଷ ୫୦ ହଜାର ହେକ୍ଟରକୁ ଧାନଚାଷ ହ୍ରାସ ହେବ ବୋଲି ଆକଳନ କରାଯାଇଛି।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକାଦେବାର ଆଶଙ୍କା ରହିଛି। ରାଜ୍ୟକୁ ମୌସୁମୀ ବର୍ଷା ସ୍ବାଭାବିକ ସମୟ(ଜୁନ୍‌ ୧୦) ପରିବର୍ତ୍ତେ ୧୧ ଦିନ ବିଳମ୍ବ ଅର୍ଥାତ୍‌ ଜୁନ୍‌ ୨୧ରେ ପ୍ରବେଶ କରିଥିଲା। ଦୁଇଦିନ କିଛି ପରିମାଣର ବର୍ଷା ହେବା ପରେ ପୁଣି ଉଭାନ ହୋଇଯାଉଛି। ଜୁନ୍‌ ପହିଲାରୁ ଧାନଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇନାହିଁ। ରାଜ୍ୟରେ ୩୬ ଲକ୍ଷ ୫୦ ହଜାର ହେକ୍ଟରରୁ ଏ ପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ହେକ୍ଟରରେ ଧାନ ବୁଣା ହୋଇଥିବା ସରକାରୀ ଭାବେ କୁହାଯାଇଛି।ରାଜ୍ୟର ହାତଗଣତି କେତୋଟି ଜିଲାକୁ ବାଦ୍‌ ଦେଲେ ସାରା ରାଜ୍ୟରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଅନାଇ ଚିନ୍ତାରେ ପଡ଼ିଗଲେଣି ଚାଷୀ। ରୁଆ ବେଉଷଣ ସମୟ ଗଡ଼ି ଗଡ଼ି ଯାଉଛି। ବିଲ ଫାଟି ଅଁା କରିଛି। ଅନ୍ୟପକ୍ଷରେ ପାଣିପାଗର ପୂର୍ବାନୁମାନ ମଧ୍ୟ ଆହୁରି ଡରାଇଲାଣି

Related Post

କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ

Posted by - March 26, 2020 1,441
ଭୁବନେଶ୍ୱର:କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି।କରୋନା ଭୂତାଣୁ ମୁକାବିଲା…

କାହିଁକି ଯାଜପୁର ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା, ଆପଣ ଜାଣିବା ଦରକାର

Posted by - April 26, 2020 0
ଭୁବନେଶ୍ବର:(ନିଉଜ ଡେସ୍କ)/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଂଟେନମେଂଟ ଜୋନ ଘୋଷଣା ହେଲା ଅଧା ଯାଜପୁର । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନର ବଡ…

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Posted by - August 27, 2020 0
ଯାଜପୁର ଅଫିସ :ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ପରଲୋକ

Posted by - February 26, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ର ବିଶିଷ୍ଟ ଜନନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଙ୍କ ଚିକିତ୍ସାଧିନ ଅବସ୍ଥାରେ…

ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ

Posted by - February 19, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ ହେଉଛି ମହାଶିବରାତ୍ରୀ ।ଶ୍ରଦ୍ଧାଳୁମାନେ ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ…

Leave a comment

Your email address will not be published.