ଭୁବନେଶ୍ୱର : ଗୁରୁବାର ସଂଧ୍ୟାରେ ଶ୍ରୀୟା ଛକ ନିକଟ ଗୁରୁଦ୍ବାର ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଜବତକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ, ସେଠାରେ ସୁଇପର୍ ଭାବେ କାମ କରୁଥିବା ୟୁନିଟ୍-୩ କାଞ୍ଜିଆହୁଦା ବସ୍ତିର ଦୁଃଶାସନ ନାୟକଙ୍କ ପୁଅ ସୁବାସ (୨୪)। ସୁବାସଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ପରିସ୍ରା ଦ୍ବାରରୁ ରକ୍ତ ବାହାରୁଥିବା ଦେଖାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ବସ୍ତିବାସିନ୍ଦା ଗୁରୁଦ୍ବାର ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛି। କିନ୍ତୁ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ସନ୍ଧ୍ୟାରୁ ପାଖ ଦୋକାନ ବଜାର ବନ୍ଦ ରହିଛି। ଅପରପକ୍ଷେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସକୁ ଘଟଣାସ୍ଥଳରୁ ହିନ୍ଦୀରେ ଲେଖାଥିବା ଏକ ସୁଇସାଇଡାଲ ନୋଟ୍ ମିଳିଛି। କିନ୍ତୁ ବାପା ଦୁଃଶାସନଙ୍କ ଅଭିଯୋଗ ହେଲା, ହିନ୍ଦୀ ତ ଦୂରର କଥା, ସୁବାସ ଓଡ଼ିଆରେ ବି ଭଲ ଭାବେ ଲେଖିପାରନ୍ତିନି। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଯୁବକଙ୍କୁ ମାରି ଟାଙ୍ଗି ଦେଲେ!, ଝୁଲନ୍ତା ଶବ ଜବତ
Facebook Notice for EU!
You need to login to view and post FB Comments!