ଆଜି ରିଲିଜ୍‌ ହେଲା ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’

1013 0

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଆଜି ପରଦାକୁ ଆସୁଛି ‘ଗୋଲ୍‌ମାଲ୍‌ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’।

‘ଗୋଲ୍‌ମାଲ୍‌ ଲଭ୍‌’ରେ ନୂଆ ଯୋଡ଼ି ବାବୁସାନ ଓ ତମନ୍ନା ଥିବା ବେଳେ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ି ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ।‘ଗୋଲ୍‌ମାଲ୍‌ ଲଭ୍‌’ ଫିଲ୍ମରେ ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ ସେଟଲ୍‌ ହୋଇ ପାଉଣ୍ଡ୍ କମାଇବାର ସ୍ୱପ୍ନ ରହିଛି। ଏହାସହ ଏନ୍‌ଆର୍‌ଆଇକୁ ବାହାହୋଇ ହଠାତ୍ ତାଙ୍କୁ ମିଳିଯାଉଛନ୍ତି ତାଙ୍କ ଲଣ୍ଡନର ଠିକଣା।

ନାୟିକା ତମନ୍ନା କିଛି ଏଭଳି କାହାଣୀ ସହ ରଜ ବଜାର ସରଗରମ କରିବାକୁ ଆସୁଛି ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍’। ଫିଲ୍ମରେ ରହିଛି ଭରପୁର କମେଡି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁଶାନ୍ ଓ ତମନ୍ନାଙ୍କ ଯୋଡ଼ି ଅଭିନୟ କରିଛନ୍ତି।ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଦିବଂଗତ ଅଭିନେତା ସଲିଲ୍ ମିତ୍ରଙ୍କ ସହ ବିଜୟ ମହାନ୍ତି, ଜୀବନ ପଣ୍ଡା ଓ ଶ୍ରୀତମ୍ ପ୍ରମୁଖ ଅଭିନୟ କରିଛନ୍ତି।ଅଭିଜିତ୍ ମଜୁମଦାରଙ୍କ କମ୍ପୋଜିସନ୍‌ରେ ‘ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ପ୍ୟାର୍ କରିବି କୁଞ୍ଚମ୍ କୁଞ୍ଚମ୍’ ଭଳି ଏହାର ଗୀତ ଗୁଡ଼ିକ ପୂର୍ବରୁ ହିଟ୍ ହୋଇସାରିଛି।

ସେହିପରି ତରଙ୍ଗର ଦ୍ୱିତୀୟ ରଜ ଭେଟି ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ରେ ପ୍ରେମ୍ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଭୁବନେଶ୍ୱର ଓ ବାରିପଦା ସହ ଆଣ୍ଡାମାନ୍‌ରେ ଏହାର ସୁଟିଂ ହୋଇଛି।ରଜ ବଜାରରେ ରିଲିଜ୍‌ ହେବାକୁ ଯାଉଥିବା ଏହି ଦୁଇଟି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବା ସହିତ ସଫଳ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Related Post

ନଭେମ୍ବର ୮ରେ ମୁକ୍ତିଲାଭ କରିବ ‘ମାଲ୍‌ ମହୁ ଜୀବନ ମାଟି

Posted by - October 24, 2019 257
ଭୁବନେଶ୍ୱର:ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ…

ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ତୃତୀୟ ବାର୍ଷିକୀ ଉଛବ ଅନୁଷ୍ଠିତ

Posted by - October 5, 2021 0
ଯାଜପୁର:ଯାଜପୁର ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ର ତୃତୀୟ ବାର୍ଷିକୀ ଉଛଵ ଯାଜପୁର ଟାଉନ ସ୍ଥିତ ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଗାନ୍ଧୀ…

ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ

Posted by - December 18, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ମହାନଦୀ ର ପାରିପାର୍ଶ୍ବିକ ସଫେଇ ଅଭିଯାନ ମହାନଦୀ ଉତ୍ସଵ।ଆରମ୍ଭ ହୋଇଛି ମହାନଦୀର ପାରିପାର୍ଶ୍ବିକ ଅଞ୍ଚଳରେ ସଫେଇ ଅଭିଯାନ।ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ସହ ସ୍ବେଚ୍ଛାସେବୀ…

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

Posted by - November 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି…

ଦିଲ୍ଲୀ ରେ ଧମାଲ ମଚେଇଲେ ଓଡ଼ିଆ ପୁଅ

Posted by - December 4, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ଦିଲ୍ଲୀ ର ସୂକ୍ଷ୍ମ କଳା ପ୍ରତିଷ୍ଠାନ ରେ ନିଜର କଳା ପ୍ରଦର୍ଶନ କରିବାକୁ ଯାଇ ଧମାଲ ମଚେଇଲେ ଓଡ଼ିଆ ପୁଅ ଡ୍ରାଦ୍ଭିଡ କରକରିଆ।ରାୟଗଡା ଜିଲ୍ଲା ଅମ୍ବାଦଳା…

Leave a comment

Your email address will not be published.