ବାଲେଶ୍ଵର:ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୁଇଟି ବିଭାଗର ମନ୍ତ୍ରୀ ହେବାପରେ ଗତକାଲି ରାତିରେ ନିଜ ନୀଳଗିରି ସ୍ଥିତ ନିଜ ଭିଟାମାଟି ଗୋପୀନାଥପୁର ଶାସନକୁ ଆସିଥିଲେ । ମନ୍ତ୍ରୀଙ୍କୁ ଗାଁରେ ବିପୁଳ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ ଗ୍ରାମବାସୀ ।ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରର କୁରୁଡ଼ା ନିକଟରେ ପହଞ୍ଚିବା ପରେ ସଦର ବିଧାୟକ ମଦନ ମୋହନ ଦତ୍ତ ଓ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ତାଙ୍କୁ ଗାନ୍ଧିସ୍ମୃତି ଭବନକୁ ନିଆଯାଇଥିଲା।
ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଡ଼ସାହି ଓ ନୀଳଗିରି ବିଧାୟକ ମଧ୍ୟ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ବାଲେଶ୍ୱରବାସୀ ତାଙ୍କୁ ଜିତାଇଥିବାରୁ ଶ୍ରୀଷଡ଼ଙ୍ଗୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
I’ve been looking for photos and articles on this topic over the past few days due to a school assignment, baccaratcommunity and I’m really happy to find a post with the material I was looking for! I bookmark and will come often! Thanks 😀