ଏଇ ଓଡିଶାର ପ୍ରଭାବ, ଲୋକଙ୍କ ଦାବିରେ ନଇଁଲା ପ୍ରଶାସନ, ଭଙ୍ଗାବାରିରେ ହେବ ଅସ୍ଥାୟୀ ବସ୍ ଷ୍ଟାଣ୍ଡ

149 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ଜନସାଧାରଣ ଏବଂ ବିଶିଷ୍ଟ ବ୍ୟକ୍ତି ଙ୍କ ଦାବି ଆଗରେ ଶେଷରେ ହାର୍ ମାନିଲା ପ୍ରଶାସନ।ବିଶ୍ଵବିଦ୍ୟାଳୟ ଖେଳ ପଡିଆ ରେ ଅସ୍ଥାୟୀ ବସ୍ ଷ୍ଟାଣ୍ଡ ନିର୍ମାଣ ନିଷ୍ପତ୍ତି ର ପୁନଃବିଚାର କରି ଭଙ୍ଗାବାରି ଠାରେ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ପ୍ରଶାସନ। ଏ ସମ୍ପର୍କରେ ଏଇ ଓଡିଶା ପକ୍ଷରୁ “ପ୍ରସାଶନିକ କୁ ଚକ୍ରାନ୍ତ ର ଶିକାର କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ, ଖେଳ ପଡିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ବୃଦ୍ଧି ପାଉଛି ଅସନ୍ତୋଷ “ଶୀର୍ଷକ ଏକ ସମ୍ବାଦ ପ୍ରକାଶ ପାଇଥିଲା।

ଖେଳ ପଡିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ଜିଲ୍ଲାରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍, କଳାହାଣ୍ଡି ସରକାରୀ ମହାବିଦ୍ୟାଳୟ ର ପୁର୍ବତନ ଅଧ୍ୟକ୍ଷ, ଆଲୁମିନି ଏସୋସିଏସନ ସଦସ୍ୟ ତଥା ବଲାଙ୍ଗୀର ରାଜେନ୍ଦ୍ର ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ କୁମାର ନନ୍ଦ, ପୂର୍ବତନ ମନ୍ତ୍ରୀ ତଥା ଓଡିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଭାପତି ରାସ ବିହାରୀ ବେହେରା, ଲେବାନନ ସ୍ଥିତ ଆମେରିକାନ ୟୁନିଭରସିଟି ଅଫ ବେରୁତ ର ପ୍ରଫେଶର ଦିଗାମ୍ବର ପାତ୍ର, କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ, ବହୁ ଶିକ୍ଷାବିତ୍, ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ପ୍ରତିବାଦ କରିଥିଲେ।

ଏ ସମ୍ପର୍କରେ ଆଲୋଚନା ପାଇଁ କଳାହାଣ୍ଡି ଜିଲ୍ଲାପାଳ ବିଶ୍ୱବିଦ୍ୟାଳୟ କୁଳପତି ଓ ଛାତ୍ର ମାନଙ୍କୁ ଡାକିଥିଲେ ହେଁ ଛାତ୍ର ମାନେ ଖେଳ ପଡିଆ ରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ର ବିରୋଧ କରିଥିଲେ। ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ଭଙ୍ଗାବାରି ଠାରେ ହେଲେ ଏହା ମେଡିକାଲ କଲେଜ, OUAT, ବାଇପାସ ରାସ୍ତା, କୃଷି ବିଶ୍ୱବିଦ୍ୟାଳୟ, ର ନିକଟତର ହୋଇପାରିବ। ରେଲୱେ ଷ୍ଟେସନ ଓ କୃଷି ମହାବିଦ୍ୟାଳୟ ଆଡକୁ ସହର ର ଜନବସତି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଭବିଷ୍ୟତ ରେ ଏହା ସହରର କେନ୍ଦ୍ରସ୍ଥଳ ହେବା ସମ୍ଭାବନା ରହିଛି।

ବର୍ତ୍ତମାନ ର ବସଷ୍ଟାଣ୍ଡ କୁ ଭାଙ୍ଗିବା ପରିବର୍ତ୍ତେ ମରାମତି କରି ବ୍ୟବହାର ଯୋଗ୍ୟ କରାଗଲେ ଭବିଷ୍ଯତ ରେ ଏହା ଲୋକାଲ ବସ୍ ଟର୍ମିନାଲ ଭାବେ କାର୍ଯ୍ୟ କରିପାରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଉଦ୍ଧେଶ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ଖେଳ ପଡିଆ କୁ ମଧ୍ଯ ଖେଳାଳି ମାନଙ୍କ ପାଇଁ ବ୍ୟବହାର ଉପଯୋଗି କରିବାକୁ ଦାବି ହେଉଛି।

Related Post

ଗୃହ ସଂଗରୋଧରେ ରହୁଥିବା ବ୍ୟକ୍ତି କଡ଼ାକଡ଼ି ନିୟମମାନି ଚଳନ୍ତୁ : ଜିଲ୍ଲାପାଳ

Posted by - July 28, 2020 56
ଯାଜପୁର ଅଫିସ: କରୋନା ପଜିଟିଉ ରୋଗୀ ଯେଉଁମାନଙ୍କର ଲକ୍ଷଣ ନଥିବ ବା ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବ ବା ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିବ ସେମାନେ…

କୋଣାର୍କ ସ୍ପିନିଂ ମିଲ୍ ରେ ଶ୍ରମିକ ଦିବସ ପାଳିତ

Posted by - May 2, 2022 0
କେସିଙ୍ଗା :(ପୀତେଶ ପଟେଲ) ସ୍ଥାନୀୟ କୋଣାର୍କ ସ୍ପିନିଂ ମିଲ୍ ପରିସରରେ ସ୍ପିନିଂ ଓ ଜିନିଂ ମିଲ୍ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି…

ମନରେଗା ଯୋଜନାରେ ମହାଲୁଟ, ମିଥ୍ୟା ବିଲ୍ ଉଠାଇବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

Posted by - May 21, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମ ପଞ୍ଚାୟତର ସର୍ଗିପାଲି ଗ୍ରାମ ଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ…