ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ଶୋକ ସଭା ଅନୁଷ୍ଠିତ

201 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ସ୍ଥିତ ହୋଟେଲ ଜଳାରାମ ଲଜର ସମ୍ମିଳନୀ କକ୍ଷରେ ବଲାଙ୍ଗୀରର ବର୍ଷୀୟାନ ସାମ୍ବାଦିକ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି ସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶିବ ପ୍ରସାଦ ପରିଡ଼ାଙ୍କ ଅଧକ୍ଷତାରେ ଆୟୋଜିତ ଶୋକ ସଭାରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଦିଲୀପ କୁମାର ପୁରୋହିତ,ବରିଷ୍ଠ ସାମ୍ବାଦିକ ଜଗଦିଶ ଜୈନ, ଶିବ ପ୍ରସାଦ ପରିଡା, ମାନସ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ।

କିଭଳି ଦୁର୍ଦ୍ଦିନ ସମୟରେ ବଲାଙ୍ଗୀର ଜିଲ୍ଲାରେ ସମ୍ବାଦ ସଂଗ୍ରହ କରିବା ସହ ଜିଲ୍ଲା ରେ ଏକ ସାମ୍ବାଦିକ ସଂଘ ଗଠନ କରିବା ସହ ନିଜସ୍ୱ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ନିର୍ମାଣ କରାଯାଇପାରିବ ସେ ନେଇ ତାଙ୍କର ଉଧ୍ୟମ ଅତୁଳନୀୟ ବୋଲି ଉପସ୍ଥିତ ସାମ୍ବାଦିକ ଯେଉଁମାନେ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ସେମାନେ ଏହି ମତ ଦେଇଥିଲେ। ବୟସର ଅପରାହ୍ନରେ ରହିଥିଲେ ବି ସାଲିସ ବିହୀନ ସାମ୍ବାଦିକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଯୁବ ପିଢ଼ି ସାମ୍ବାଦିକ ମାନଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ ବୋଲି ବାରିଷ୍ଠ ସାମ୍ବାଦିକ ଶ୍ରୀ ଦିଲୀପ ପୁରୋହିତ କହିଥିଲେ।

ଯେଉଁ ସମୟରେ ସାମ୍ବାଦିକ ଟିଏ ଖବର ସଂଗ୍ରହ କରୁଥିଲା ଏବଂ ସେହି ଖବରକୁ ପଠାଇବା ପାଇଁ କୌଣସି ଉକୃଷ୍ଟ ସାଧନ ନ ଥିଲା ସେହି ସମୟରେ ଅନେକ ଝଡ଼ ଝଞ୍ଜାର ସମ୍ମୁଖୀନ ହୋଇ ଖବର ସଂଗ୍ରହ କରିବା ସହ ପ୍ରକାଶିତ କରିବାରେ ଅନ୍ୟତମ ସିଦ୍ଧହସ୍ତ ଥିଲେ। ଶୋକସଭା ପୁର୍ବରୁ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଶୋକାକୁକ ପରିବାର ପ୍ରତି ଟିଟିଲାଗଡ଼ ସାମ୍ବାଦିକସଂଘ ସମବେଦନା ଜଣାଇବା ସହ ତାଙ୍କର ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଶତପଥି, ପ୍ରକାଶ ଗୋୟଲ ସ୍ମୃତି ଚାରଣ କରିଥିବା ବେଳେ ଜୁବ ସାମ୍ୱାଦିକ ସଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୋକ ସଭାରେ ସାମ୍ବାଦିକ ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ସୁଧୀର ସାହୁ, ହରିଶ ରାୟଥଟା, ଗୋପାଳ ଅଗ୍ରୱାଲ, ଶରତ ମିଶ୍ର, ସତ୍ୟବ୍ରତ ପଣ୍ଡା, ଈଶ୍ୱର ଜୈନ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Post

ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ନୂତନ କମିଶନରଙ୍କ କାର୍ଯ୍ୟରେ ଯୋଗଦାନ

Posted by - July 13, 2023 0
ସମ୍ବଲପୁର:୧୨/୦୭  (ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ନୂତନ କମିଶନର ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଆଜି ମହାନଗର ନିଗମ କାର୍ଯ୍ୟାଳୟରେ ନୂତନ କମିଶନର ଶ୍ରୀ…

ବୌଦ୍ଧରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ କାର୍ଯ୍ୟକ୍ରମ ଉଦଘାଟିତ

Posted by - July 9, 2023 0
ବୌଦ୍ଧ:୮/୭ : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ…

ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

Posted by - March 26, 2019 0
ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି…

ବିଜୁ ଜନତା ଦଳ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର

Posted by - February 10, 2020 266
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଲଳିତେଶ୍ୱର ନଗର ଅମ୍ବିକା ମଣ୍ଡପରେ ବିଜୁ ଜନତା ଦଳ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ “ଜୀବନ ବିନ୍ଦୁ”…

ଟିଟିଲାଗଡ ଲାୟଂସ କ୍ଲବ ତରଫରୁ ସ୍ୱର୍ଗତ ପ୍ରଭାସ ସାହୁଙ୍କ ସ୍ମୃତିରେ ଗୋବିନ୍ଦ ବାଟିକା ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Posted by - June 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସହରର ବିଶିଷ୍ଟ ବ୍ୟବସାୟୀ, ସମାଜସେବୀ, ଲାୟନସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ…