ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ୍ ବିଲ୍ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକ୍ ଜଳିଯାଇଛି। ଜଗନ୍ନାଥ ନଗରର ୧୫ନମ୍ବର ରୋଡରେ ଥିବା ହେରିଟେଜ ପ୍ରପର୍ଟି ଆପାର୍ଟମେଂଟର କାର ପାର୍କିଂରେ ବିଳମ୍ବିତ ରାତିରେ ନିଆଁ ଲାଗିଛି । ଫଳରେ ଆପାର୍ଟମେଂଟର ଚିତ୍ତରଂଜନ ଦାସଙ୍କ ୨ଟି କାର ପୋଡି ଯାଇଛି ଏହା ସହ ୬ଟି ବାଇକ ବି ଜଳି ଯାଇଛି । ଏହି ଘଟଣା ପରେ ସନ୍ଦେହ ଘେରରେ ରହିଛି ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି ।ସୂଚନାଯୋଗ୍ୟ ଗତକାଲି ରାତିରେ ସିକ୍ୟରିଟି ଗାର୍ଡ଼ ସହ ଆପାର୍ଟମେଂଟର ଚିତ୍ତରଂଜନ ଦାସଙ୍କ ବଚସା ହୋଇଥିଲା । ଜଗିବା ପରିବର୍ତ୍ତେ ସିକ୍ୟୁରିଟି ଗାଡ଼ି ରାତି ୧୨ ଟା ବେଳକୁ ଶୋଇପଡ଼ିଥିଲେ । ଆଉ ସେଥିପାଇଁ ଚିତ୍ତରଂଜନ ଦାସ ବିରକ୍ତ ହୋଇଥିଲେ । ଏଥିପାଇଁ ସିକ୍ୟୁରିଟି ଗାର୍ଡ଼କୁ ସେ ତାଗିଦ୍ କରିଥିଲେ। ତେବେ ଘଟଣାସ୍ଥଳରେ ଦେଖିବା ବେଳକୁ ଗୋଟିଏ ଗ୍ୟାସ ସିଲିଣ୍ଡର ପଡ଼ିଥିଲା । ଆଉ ପଚରାଉଚରା ପରେ ଜଣା ପଡ଼ିଛି ଉକ୍ତ ସିଲିଣ୍ଡରଟି ସିକ୍ୟୁରିଟି ଗାର୍ଡ଼ର ହିଁ ଥିଲା । ତେବେ ଏହି କାଣ୍ଡ ଘଟାଇବା ପରେ ସିକ୍ୟୁରିଟି ଗାର୍ଡ଼ ଏବେ ଫେରାର ଅଛି ।
