ପୁରୀ:ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି ପୋଲସ୍ମହାରଥୀଙ୍କ ନାଁରେ ପୁଲିସ୍ ବହୁ ସଙ୍ଗୀନ ଦଫା ଲଗାଇଛି। ତାଙ୍କ ବିରୋଧରେ ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଏହାସହ ଦଫା ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ ମହାରଥୀ ନିଜେ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଥିଲା। ଫାର୍ମ ହାଉସ୍ରେ ଚଢ଼ାଉ ବେଳେ ମହାରଥୀ ମାଡ଼ ମାରିଥିବା ନେଇ ନିଜେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍ ଅଭିଯୋଗ କରିଥିଲେ।
