ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ ପାଇବେନି ତେଣୁ ଆଞ୍ଚଳିକ ଦଳ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। କହିଥିଲେ ଏନଡିଏ ବିଜେଡି ପାଇଁ ବଡ ବିପଦ। ହେଲେ ତାର କେଇ ଦିନ ପରେ ଆଉ ଏକ ଜାତୀୟ ଗଣ ମାଧ୍ୟମକୁ କହିଲେ ମୋଦି ଦ୍ବିତୀୟ ଥର ପ୍ରଧାନ ମନ୍ତ୍ରୀ ହେବାକୁ ଅନଫିଟ। ବାଜପେୟୀ ବେଷ୍ଟ ପ୍ରାଇମିନିଷ୍ଟର ଥିଲେ।
ଏବେ ଜାତୀୟ ଟେଲିଭିଜନ ଚ୍ୟାନେଲ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତ୍କାର ବେଳେ ସମଦୂରତା ପ୍ରସଙ୍ଗରେ ନବୀନ ଭିନ୍ନ ମତ ପୋଷଣ କରିଛନ୍ତି। ସାକ୍ଷାତକାରରେ ନବୀନ କହିଛନ୍ତି, ଯିଏ ଓଡ଼ିଶାକୁ ଲାଭ ଦେବେ, ଯିଏ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବେ, ତାକୁ ସମର୍ଥନ ଦେବୁ। ସିଏ ଏନ୍ଡିଏ ହେଉ, ୟୁପିଏ ହେଉ ବା ଯେ କେହି, ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ ବୋଲି ନବୀନ କହିଛନ୍ତି।
Facebook Notice for EU!
You need to login to view and post FB Comments!