ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜନ୍ମ ଜୟନ୍ତୀ ଓ ଦଳିତ ଆନ୍ଦୋଳନର ଉତ୍ଥାପକ କାଂସିରାମ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସମାଜ ସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକର ପୁର୍ବତନ ଅଧ୍ୟକ୍ଷ କରୁଣାକର କିଷାନ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ଛାତ୍ରନେତା ଅସୀମ ପଟେଲ ମୁଖ୍ୟବକ୍ତା , ଅଧ୍ୟାପିକା ମନିଷା ପଟେଲ ଓ ଶିଲିକି ମାହକୁଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଗୋପବନ୍ଧୁ ଓ କାଂସିରାମଙ୍କ ସ୍ମୃତିଚାରଣ କରିଥିଲେ ।
ଅନୁଷ୍ଠାନର ଉପ ସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ବସନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସମଲେଶ୍ଵରୀ ନର୍ସିଂ କଲେଜ ର ଛାତ୍ରୀ ଲିପା କିଷାନ ଓ ମନିଷା ହଂସ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସୁପ୍ରିୟା ନାୟକ, ମନିଷା ପ୍ରଧାନ ପ୍ରମୁଖ ମଧ୍ୟ ଉଭୟ ମହା ପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।