ଭୁବନେଶ୍ବର୧୩|୪: ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଯୋଗ ଦେବା ପାଇଁ ଆଜି ଅଭିନେତା ଅଭିଷେକ ବଚ୍ଚନ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସୁପର କପରେ ଚେନ୍ନାଇଏନ ଏଫସି ଏବଂ ଗୋଆ ଏଫସି ମଧ୍ୟରେ ଫାଇନଲ ମ୍ୟାଚ ରାତି ୮ଟାରେ ଅନୁଷ୍ଠିତ ହେବ । ଅଭିଷେକ ବଚ୍ଚନ ହେଉଛନ୍ତି ଚେନ୍ନାଇଏନ ଏଫସିର ମାଲିକ ।
