ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ବୈଠକ

728 0

ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କଟାମେଟ ମା ମଉଳି ମନ୍ଦିର ପ୍ରାଗଣ ରେ ଓଡିଶା କେନ୍ଦୁପତ୍ର ଜୟପୁର ଡିଭିଜନ ସଭାପତି ମଙ୍ଗଳା ଧୁରୁଆ ଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ କଟାମେଟା, ମାଥିଲି, ମାଲକାନଗିରି ରେଞ୍ଜର ସମସ୍ତ ମୁଖ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।

ଉକ୍ତ ବୈଠକରେ କର୍ମଚାରୀମାନଙ୍କୁ ଆତ୍ମନିର୍ଭର ଶିଳ କୁ ଦୃଷ୍ଟିଦେଇ ଜୟପୁର ଡିଭିଜନ ପ୍ରସେସିଂ କାର୍ୟ୍ଯ ଲାଗୁକରିବା, ବେକାରୀ ଦୂରୀକରଣ ନିମନ୍ତେ କର୍ମଯୋଗାଇଦେବା, ପଡସି ରାଜ୍ୟ ଛତିଶଗଡ଼ ଭଳି ୧୨ ମାସର ଦରମା ଦେବା, ପଦଊନୀତି କରାଯିବ, କେନ୍ଦୁପତ୍ର ତଳାଳୀ ଙ୍କୁ ସଠିକ ସମୟରେ ଟଙ୍କା ପଇଠ କରିବା, ସେମାନଙ୍କ ପାଠ ପଡୁଥିବା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଭତା ଦିଆଯିବା, ମୃତୁ କାଳୀନ ସ୍ୱାୟତ୍ତ ରାଶି ଯୋଗାଇବା ସହ ବିଭାହ ସହାୟତା ରାଶି ଯୋଗାଇଦେବାକୁ ଆଲୋଚନା ହୋଇଥିଲା।

ଉକ୍ତପ୍ରସ୍ତାବକୁ ସମସ୍ତ କର୍ମଚାରୀ ସମର୍ଥନ କରି ସଭପତିଙ୍କୁ ଧନ୍ୟବାଦ ଜଣାଇଥିଲେ ଆଜିର ଏହି ବୈଠକରେ ଅନନ୍ତ ଅନୁଗୁଳିଆ, ବିଜୟ ପଟନାୟକ, ମୁକୁନ୍ଦ ଭୂମିଆ ଙ୍କ ସହ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।

Related Post

ବ୍ରଜରାଜନଗର ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ, କଡ଼ା ହେବ ମୁକାବିଲା

Posted by - May 13, 2022 0
ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ।  ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ବିରୋଧ ପ୍ରଦର୍ଶନ

Posted by - December 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନୟାଗଡ ରେ କର୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଯାଜପୁରରେ ସାମ୍ବାଦିକ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।ଯାଜପୁର ଗାନ୍ଧୀ ଛକ ଠାରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି,  ଯେଉଁଭଳି ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଉଛି ସେଥିପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଦରକାର ବୋଲି ଦାବୀ କରାଯାଇଥିଲା ।

ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ 

Posted by - October 30, 2022 0
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ ସିଂହପୁର କାଳି ମଣ୍ଡପ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ବିଶିଷ୍ଟ ସାହିତ୍ୟିକ ଦୂର୍ଯ୍ୟୋଧନ ସାମଲ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ ଓଡିଆ ମାନଙ୍କର ଅସ୍ମିତା ଓ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତି ସମ୍ପକର୍ରେ ବଣ୍ଣର୍ନା କରିଥିିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗଦେଇ ମହାଭାରତୀୟ ଦର୍ଶନରେ ବ୍ୟକ୍ତିର ଚରିତ୍ର ଗଠନ ସାମାଜିକ , ନୈତିକ ତଥା ଅଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିବ ବୋଲି କହିଥିଲେ ।  ସମ୍ମାନୀତ ଅତିଥି ଭାବେ କିଟ୍ ଓ କିସ ସାମାଜିକ ଉନ୍ନୟନ ବିଭାଗ ନିର୍ଦ୍ଦେଶିକା କାବ୍ୟାପ୍ରିୟଦର୍ଶିନୀ ଧଳ ଯୋଗ ଦେଇଥିଲେIଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ରେଙ୍ଗାଲି ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ରୁ ଶ୍ରଦ୍ଧାଞ୍ଜଳୀ

Posted by - December 10, 2021 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)ହେଲିକେପ୍ଟର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ସିଏସଡି ଜେନେରାଲ ବିପିନ ରାୱତ ତଥା ତାଙ୍କ ପତ୍ନୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ…