ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ?

525 0

ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ସରକାର ସାଧାରଣ ଲୋକଙ୍କ ପାଇଁ ସରକାର କରୁଥିବା ଯୋଜନା ଗୁଡ଼ିକ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁଛି ତ ? ଏହି ପ୍ରଶ୍ନ ଆମ୍ଭେ ପଚାରୁ ନାହୁ ପଚାରୁଛି ସୀତା ମାଉସୀ । ବରୀ ବ୍ଲକ ଅନ୍ତର୍ଗତ ସ୍ଵାଇଁଖଣ୍ଡ ପଞ୍ଚାୟତର କଳାଖଣ୍ଡ ଗାଁ ର ସୀତା ଭୂୟାଁ ବୟସ 90 ହେବାକୁ ବାହାରିଲାଣି ଅଣ୍ଟା ବାଙ୍କୀ ଗଲାଣି ସିଧା ଚାଲି ବାକୁ ବି ବଳ ନାହିଁ । ସରକାରୀ ହିସାବରେ ବୟସ ୮୬ ହେବାକୁ ବସିଲାଣି । ବାରମ୍ବାର ଆବେଦନ ପରେ ମଧ୍ୟ ତାଙ୍କୁ ମିଲିପରିଲା ନାହିଁ ଭତା ଗଣ୍ଡେ ।ଏହି ବିସୟରେ ସୀତା ମାଉସୀ ଓ ତାଙ୍କ ପରିବାର ଙ୍କୁ ପଚାରିଲେ ସେମାନେ କୁହନ୍ତି ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁ ମାନଙ୍କୁ ଏହି ବିସୟରେ ବହୁତ୍ ଥର ଗୁହାରି କରିଛୁ କିନ୍ତୁ କେହି ଆମ ଗୁହାରି ଶୁଣୁନାହାନ୍ତି ।

ସାଧାରଣ ଜନତା ଙ୍କ ଭୋଟ ରେ ନିର୍ବାଚିତ ହୋଇଥିବା ରାଜନେତା ମାନେ ଯଦି ସର୍ବସାଧାରଙ୍କ କାମ କରିବାକୁ ଅସମର୍ଥ ତେବେ ଆମେ କହାକୁ ଗୁହାରି କରିବୁ ବୋଲି ପଚାରନ୍ତି ସୀତା ମାଉସୀ ଙ୍କ ପରିବାର । ଆସିଲେ ସାଧାରଣ ଜନତାଙ୍କୁ ମିଳେ ନେତାଙ୍କ ତରଫ ରୁ ମାଳ ମାଳ ପ୍ରତିଶ୍ରୁତି କିନ୍ତୁ ନିର୍ବାଚନ ପାରେ ଦିନ ମଜୁରିଆ ଖଟି ଖିଆଙ୍କୁ ପଛରେ କିଏ ?
ସରପଞ୍ଚ ଠାଠୁ ଆରମ୍ଭ କରି ବହୁ ଅଧିକାରି ଙ୍କୁ ନିବେଦନ କରିଛନ୍ତି କିନ୍ତୁ ଏହାର କିଛି ସୁଫଳ ମିଳିନାହିଁ ।ରାଜନେତା ଓ ସରକାରୀ ବାବୁ ମାନଙ୍କର ଗୋଟେ ଉତ୍ତର ମିଳିଯିବ ଅପେକ୍ଷା କର । କେତେ ଦିନ ଆଉ ଅପେକ୍ଷା କରିବେ ? କାହା ପାଇଁ ସରକାର ଙ୍କ ଏହି ଯୋଜନା ସବୁ ଖାଲି ସୀତା ମାଉସୀ ଙ୍କ ର ଏହି ଅଭିଯୋଗ ତାହା ନୁହେଁ , କଳାଖଣ୍ଡ ଗାଁ ରେ ଏହିପରି ବୋହୁ ଯୋଗ୍ୟ ହିତାଧିକାରୀ ସରକାର ଙ୍କ ବାର୍ଦ୍ଧକ୍ୟ ଭତା ଯୋଜନା ର ବଞ୍ଚିତ ଥିବାର ଦେଖିବାକୁ ମିଳେ । ନିର୍ବାଚନ ଆସିଲେ ନେତାମାନେ ମାଳ ମାଳ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଗଲେ ଆମକଥା କେହି ବୁଝନ୍ତି ନାହିଁ ବୋଲି କହିଛନ୍ତି ।

୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କ ପାଇଁ ବାର୍ଦ୍ଧକ୍ୟଭତା ବ୍ୟବସ୍ଥା ସରକାର କରିଥିବା ବେଳେ ସୀତା ମାଉସୀ ଙ୍କ ପରୀ ୮୦ ରୁ ୮୫ ବର୍ଷର ଯୋଗ୍ୟ ହିତାଧିକାରୀ ଙ୍କୁ କଣ ପାଇଁ ମିଳି ପାରୁନାହିଁ ତାଙ୍କ ଅଧିକାର ? ଏଠାରେ ଭୁଲ କାହାର ? ଯେଉଁ ଅଧିକାରୀ ମାନେ ଏହି କାମ କରିବାକୁ ସରକାର ନିୟୋଜିତ କରିଛନ୍ତି ଯିଏ ଉଚିତ୍ ହିତାଧିକାରୀ ତାଙ୍କୁ ଉଚିତ୍ ଅଧିକାର ଦେଇପାରୁ ନାହାଁନ୍ତି । ଦେଖିବାକୁ ବାକି ରହିଲା କେବେ ମିଳିବ ସୀତା ମାଉସୀ ଓ ତାଙ୍କ ପରୀ ଅନ୍ୟ ମାନଙ୍କୁ ବାର୍ଦ୍ଧକ୍ୟ ଭତାମିଳିବ ।

 

Related Post

ନବରଙ୍ଗପୁରରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା: ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଆଇନଜୀବୀ ସଂଘ, ଜିଲ୍ଲା ବଣିକ ସଂଘ ଓ ସାମ୍ବାଦିକ

Posted by - May 31, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିତରଣ ପରିଚାଳନା ନେବାପରେ ଜିଲ୍ଲା ରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଦିନକୁ ଚାରି ରୁ…

ମହିଳାଙ୍କୁ ଦୁର୍ବ୍ୟବହାର କରିବା ଘଟଣା,ମୋ ବିରୁଦ୍ଧ ରେ ଅଭିଯୋଗ ସମ୍ପୂର୍ଣ ମନଗଢା ଏବଂ ଭିତ୍ତିହୀନ :- ରଘୁନାଥପୁର ସରପଞ୍ଚ

Posted by - November 9, 2020 0
ଭୁବନେଶ୍ବର :ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଇଛନ୍ତି ବୋଲି ଅଭିଯୋଗ କୁ ରଘୁନାଥପୁର ର ସରପଞ୍ଚ ପବିତ୍ର ପାତ୍ର ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ।ଏଥିରେ…

ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ:-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Posted by - November 28, 2019 0
ଭୁବନେଶ୍ୱର ୨୮।୧୧ – ବଢିଲା ସମୟ ସୀମା । ରାଜ୍ୟରେ ଟ୍ରାଫିକ୍‌ କଟକଣା ନିୟମ୍‌ ଆଉ ୩ ମାସ କୋହଳ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ…

ବନ୍ୟା ସମୟରେ ହରଭଙ୍ଗା ପ୍ରାଣି ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା

Posted by - September 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଚଳିତ ବର୍ଷ କିଛିଦିନ ତଳେ ହୋଇଥିବା ପ୍ରଳୟକlରି ବନ୍ୟା ରେ ହରଭଙ୍ଗା ବ୍ଲକ ର ୧୨ ଟି ପଞ୍ଚାୟତ ର ପ୍ରାୟ ୭୫ ଟି…

ଅନୁଭବ-ବର୍ଷା ପାରିବାରିକ ବିବାଦ, ତାଗିଦ୍‌ କଲେ ହାଇକୋର୍ଟ

Posted by - May 27, 2022 0
କଟକ (ବ୍ଯୁରୋ): ଷ୍ଟାର ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦରେ ହାଇକୋର୍ଟ ଉଭୟଙ୍କୁ ତାଗିଦ୍‌ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ପ୍ରସଙ୍ଗ ନେଇ କୌଣସି ମନ୍ତବ୍ୟ ବା ଭିଡିଓ…