ବାଲିଆପାଳ:(ପ୍ରଭାକର ମଲ୍ଲୀକ୍ )କୂଳ ଲଂଘୁଛି ସମୁଦ୍ର । ଭୟରେ ଗ୍ରାମବାସୀ ! ସମୁଦ୍ର ମୁହଁରୁ ଗାଁକୁ ରକ୍ଷାକରିବାକୁ ଗ୍ରାମ ବାସୀଙ୍କର ଆକୁଳ ନିବେଦନ !ବାତ୍ୟା ୟାସ୍ ପରେ ଗାଁ ମୁହାଁ ସମୁଦ୍ର ! ସମୁଦ୍ର ଢେଉରେ ନଷ୍ଟ ହୋଇଯାଇଛି ଝାଉଁ ଜଙ୍ଗଲ ସହିତ ଲୁଣିବନ୍ଧ ! ସମୁଦ୍ର ଭୟରେ ଆତଙ୍କିତ ସମୁଦ୍ର କୂଳିଆ ଗାଁ ଲୋକ ! ବାଲିଆପାଳ ବ୍ଲକ ଜମ୍ଭିରାଇ ପଂଚାୟତ ଚାଉଳତି ଗାଁରୁ ଦେଖିବା ଆମ ପ୍ରତିନିଧିଙ୍କ ଦ୍ଵାରା ସ୍ୱତନ୍ତ୍ର ରିପୋର୍ଟ
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ପଂଚାୟତର ସମୁଦ୍ର କୂଳିଆ ଗାଁ ଚାଉଳତି ! ଗାଁରେ ୧୨୦ରୁ ଉର୍ଦ୍ଧ ଘର ଥିଲା ବେଳେ ଏକ ହଜାରରୁ ଅଧିକ ଲୋକ ବସବାସ କରନ୍ତି ! ଗତ ୟାସ୍ ବାତ୍ୟା ସମଗ୍ର ଓଡିଶା ବାସୀଙ୍କୁ ଆତଙ୍କିତ କରିଥିଲା ବେଳେ ବାତ୍ୟା ୟାସ୍ ଯୋଗୁଁ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଧୋଇଯାଇଛି ବିଶାଳ ଝାଉଁ ଜଙ୍ଗଲ ଉପାଡି ପଡିଛି ବଡ଼ବଡ଼ ଝାଉଁ ଗଛ ! ସମୁଦ୍ରରେ ଲୀନ ହୋଇ ଯାଇଛି ଲୁଣିବନ୍ଧ ! ଏବେ ଗାଁ ମୁହା ସମୁଦ୍ର ! ପ୍ରାୟ ୩ରୁ ୪ ଚେନ୍ ସମୁଦ୍ର ମାଡି ଆସିଛି ଗାଁ ଭିତରକୁ ! ଗାଁକୁ ସୁରକ୍ଷିତ ଦେଉଥିବା ଲୁଣି ବନ୍ଧ ସମୁଦ୍ର ଜୁଆରରେ ଭସାଇ ଦେଇଛି ଫଳରେ ଚାଷ ଜମିରେ ମାଡି ଯାଇଛି ସମୁଦ୍ରର ଲୁଣି ପାଣି !
ଗୃହ ପାଳିତ ପଶୁଙ୍କର ଚରା ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ! ସମୁଦ୍ର ଗର୍ଜନ ଡ଼ରାଉଛି ଗାଁଲୋକଙ୍କୁ କେତେବେଳେ ଚାଉଳତି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପ୍ରମାଦ ଗଣୁଛନ୍ତି ଗ୍ରାମବାସୀ ! ଖୁବ୍ ଶୀଘ୍ର ପଥର ପେଚିଙ୍ଗ ସହିତ ପଥର ବନ୍ଧ କରିବାକୁ ସରକାରଙ୍କୁ ନିବେଦନ କରୁଛନ୍ତି ଗ୍ରାମବାସୀ ତା ନହେଲେ ଖାଲି ଜମ୍ଭିରାଇ ପଞ୍ଚାୟତର ଚାଉଳତି ଗାଁ ନୁହେଁ ଏହି ପଞ୍ଚାୟତର 4 /5ଟି ଗାଁ ସହିତ କଷାଫଳ, ବୁଳଂ,ସାଉଡି,ନୁଆଁ ଗାଁ,ପଞ୍ଚୁପାଲି ପଞ୍ଚାୟତର କିଛି ଗାଁ ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ମାନେ ଅନୁମାନ କରୁଛନ୍ତି !
ତେଵେ ଏବିଷୟରେ ସ୍ଥାନୀୟ ପ୍ରଶାସନ ୟାସ୍ ବାତ୍ୟା ପରେ ବାଲିବୁରା ପକାଇ ବନ୍ଧ ବାନ୍ଧି ଥିବାବେଳେ ଏବେ ତାହା ନଷ୍ଟ ହେବାକୁ ବସିଲାଣି ।ଜଳସଂପଦ ବିଭାଗର ଅଧିକାରୀ ମାନେ କେମେରା ସମ୍ମୁଖରେ ମୁହଁ ଖୋଲି ବାକୁ ନାରାଜ୍Iତେବେ ଦେଖିବାକୁ ବାକିରହିଲା ସରକାର କେବେ ଏହି ଗାଁକୁ ସମୁଦ୍ର ଗର୍ଭରୁ ରକ୍ଷା କରୁଛନ୍ତି ! ଲୋକ ମାନଙ୍କର ମନରେ ଥିବା ଭୟକୁ କରୁଛନ୍ତି !