ଭୁବନେଶ୍ବର ୨୬|୩ :ଗତ କିଛି ଦିନ ହେଲା ନବୀନ ନିବାସ ସମ୍ମୁଖରେ ଆଶାୟୀମାନେ ଭିଡ ଜମାଇଥିଲେ । ଟିକେଟ୍ ପାଇଁ ଆଶାରେ ଆସୁଥିଲେ ଆଶାୟୀମାନେ । ମାତ୍ର ବର୍ତ୍ତମାନ ସେଠାରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।ବିରୋଧୀ ଗୋଷ୍ଠୀଙ୍କୁ ପିଟିଛନ୍ତି ସମର୍ଥକ ଗୋଷ୍ଠୀ ନବୀନ ନିବାସରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଚୟନ କସରତ ଲାଗି ରହିଥିବାବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତାରେ ବସି ରହିଛନ୍ତି। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଛି।
