ଯାଜପୁର:୨୪.୩(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ହାଇସ୍କୁଲ ପରିସରରେ ଭାରତ ସ୍କାଉଟ୍ ଗାଇଡ଼ର “ଜିଲା କ୍ୟାମ୍ପୋରୀ ୨୦୧୯” ଉଦ୍ଘାଟିତ ହୋଇଯାଇଛି । ସ୍କାଉଟ୍ସ୍ ଗାଇଡ୍ସର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡ଼ କାଳିପ୍ରସାଦ ମିଶ୍ର ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଜିଲା ଚିଫ୍ କମିଶନର କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଭାରତ ସ୍କାଉଟ୍ସ୍ ଆଡ଼ଭେନଚର କମିଟିର ଅଧ୍ୟକ୍ଷ ସ୍ୱାଧିନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ୩ୟ ଆଇ ଆର ବି କଳିଙ୍ଗ ନଗର କମାଣ୍ଡେଟ ନାରାୟଣ ଦୋରା, ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ପ୍ରମୁଖ ଯୋଗ ଦେଇ ସ୍କାଉଟ୍ସ୍ ଗାଇଡ୍ସର ଉପକାରୀତା ଉପରେ ଆଲୋକପାତ କରିଥିଲେ । ଏହି ୩ଦିନିଆ କ୍ୟାମ୍ପୋରୀରେ ଯାଜପୁର ଜିଲାର ୨୮ଟି ସ୍କୁଲର ୬୯ୟୁନିଟ୍ର ୭୦୦ ସ୍କାଉଟ୍ସ ଗାଇଡ୍ସ ଯୋଗ ଦେଇଛନ୍ତି ।
