ମନମୁଣ୍ଡା ର ଝିଅ “ବାଗଡ଼ି ଖେଳ”ପ୍ରକଳ୍ପ ଟୟକାଥନ-2021ପ୍ରତିଯୋଗିତାରେ ଜାତୀୟ ଚମ୍ପିୟାନ

814 0

ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ସଂଜୀବନି ମେଡିକାଲ ର ମାଲିକ ସତ୍ୟାନନ୍ଦ ମିଶ୍ର ଙ୍କ ଝିଅ ତଥା ବଙ୍ଗାଇଗାଓଁ(ଆସାମ) ନବୋଦୟ ବିଦ୍ୟାଳୟ ର ପି ଜି ଟି ଶିକ୍ଷୟତ୍ରୀ ଇତିସ୍ମିତା ମିଶ୍ର ଙ୍କ ନେତୃତ୍ବାଧୀନ ଦଳ ଜାତୀୟ ସ୍ତରରେ ଆୟୋଜିତ ଟୟକାଥନ 2021 ରେ ପଶ୍ଚିମ ଓଡିଶାର ଲୁପ୍ତପ୍ରାୟ “ବାଗଡି ଖେଳ”(ବାଘ-ଛେଳି ଖେଳ) ପ୍ରକଳ୍ପ ନେଇ ଚମ୍ପିୟାନ ହୋଇଛନ୍ତି।

ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଛି ଏହି “ବାଗଡ଼ି ଖେଳ”।ବହୁ ବର୍ଷ ପୂର୍ବରୁ ଏହି ଖେଳ ପଶ୍ଚିମ ଓଡିଶାର ପୁରେ ପୁରେ ପୁଅ ଝିଅ ମାନେ ଚକ ରେ ବର୍ଗକାର ରେ ଗାର ଟାଣି ତନ୍ମଧ୍ୟରେ ଛକ ଛକ ଭାବେ 25 ଟି ଘର କରି ଗେଙ୍ଗୁଟି ଓ ଛୋଟ ପଥର ରେ 4 ଟି ବାଘ ଓ 20 ଟି ଛେଳି କରି ଖେଳି ଅବସରବିନୋଦନ ,ଟାଇମ ପାସ,ମନୋରଞ୍ଜନ କରୁଥିଲେ ଏପରିକି ଏହାକୁ ନେଇ ପ୍ରତିଯୋଗିତା ମଧ୍ୟ କରୁଥିଲେ।

ଟି ଭି,ମୋବାଇଲ ଓ ଆଧୁନିକ ବିଭିନ୍ନ ଖେଳ ବାହାରିଯିବାଦ୍ୱାରା ଆସ୍ତେ ଆସ୍ତେ ଏହି ଖେଳ ପ୍ରତି ସ୍ପୃହା ତଥା ଆଗ୍ରହ କମିଯାଇଥିବା ଦେଖିବାକୁ ମିଳିଛି।ତଥାପି ଏବେ ମଧ୍ୟ କେତେକ ମଫସଲ ଅଂଚଳରେ ଏହା ଖେଳୁଥିବା ଜାଣିବାକୁ ମିଳିଛି।ତେବେ ବର୍ତମାନ ର ଆଧୁନିକ ଛାପ ରେ ଏହା ଏକ ରକମ ଲୁପ୍ତ ହେବାକୁ ବସିଥିବାବେଳେ ମନମୁଣ୍ଡା ର ଝିଅ ଇତିସ୍ମିତା ଏହି ଖେଳ କୁ କେନ୍ଦ୍ର ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଟୟକାଥନ ପ୍ରତିଯୋଗୀତାକୁ ନେଇ ବିଜୟୀ ହୋଇଛନ୍ତି ଏବଂ ଗ୍ରାମାଞ୍ଚଳ ଖେଳ କୁ ଜାତୀୟ ସ୍ତରରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନ ରେ ଏହା ବିଶ୍ୱ ଦରବାର ରେ ପହଂଯିବାର ସମ୍ଭାବନା ସୃଷ୍ଟି କରିଛି।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆତ୍ମନିର୍ଭର ଭାରତ ପାରମ୍ପରିକ ଜ୍ଞାନକୌଶଳ , ଖେଳକୁଦ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା।କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ବୈଷୟିକ ଶିକ୍ଷା ,କାଉନସିଲ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ,ବାଣିଜ୍ୟ ଓ ଶିଳ୍ପ ବିଭାଗ,ଏମ ଏସ ଏମ ଇ,ଟେକ୍ସଟାଇଲ, ସୂଚନା ଓ ପ୍ରସାରଣ ବିଭାଗ ର ସହଯୋଗୀତରେ ଦେଶର ସବୁ ଅଂଚଳରୁ 117 ଟି ହେଡ ରେ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା।

ଏଥିରେ 20 ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଡିଜିଟାଲ ମୋଡ଼ ରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମେ ନୋଡାଲ ସ୍ତରୀୟ,ଫିନାଲେ ଓ ଗ୍ରାଣ୍ଡ ଫିନାଲେ ପର୍ଯ୍ୟନ୍ତ ବହୁ ହେଡ ରେ ଦେଶର ଅନେକ ପ୍ରତଯୋଗୀଙ୍କ ପ୍ରକଳ୍ପ ଯାଇଥିଲା।ଏକ ବୋର୍ଡ ରେ ଗାର ଟଣା ଯାଇ ବାଘ ଓ ଛେଳି କୁ ନେଇ ଛକା ପଞ୍ଝା ର ପଶ୍ଚିମ ଓଡିଶା ର ଏହି ବାଗଡ଼ି ଖେଳ କୁ ଆସାମ ବଙ୍ଗାଇଗାଓଁ ଜବହାର ନବୋଦୟ ବିଦ୍ୟାଳୟ ର ଟିଜିଟି ଶିକ୍ଷୟତ୍ରୀ ତଥା ଓଡ଼ିଆ ଝିଅ ଇତିସ୍ମିତା ମିଶ୍ର କ୍ରିଏଟିଭ ମାଷ୍ଟର ପ୍ରକଳ୍ପ ର ମେନେଟର ହୋଇଥିଲେ।

ଏହି ବିଦ୍ୟାଳୟ ରୁ ଯାଇଥିବା ଟିମକ୍ରିଏଟିଭ ମାଷ୍ଟର ଙ୍କ ଏହି ପ୍ରକଳ୍ପ ର ମେନେଟର ଶ୍ରୀମତୀ ମିଶ୍ର ଥିବାବେଳେ ଲିଡ଼ର ଭାବେ ଛାତ୍ର ଦିବୈନ୍ଦୁ ଦାସ,ଓ ସଭ୍ୟଭାବେ ରବିଶଙ୍କର,କଲ୍ୟାଣ ବ୍ରହ୍ମା ରହିଥିଲେ। ଏହି କ୍ରିଏଟିଭ ମାଷ୍ଟର ପ୍ରକଳ୍ପ ହେଡ ରେ “ବାଗଡି ଖେଳ” ପ୍ରଥମ ହୋଇଥିଲା।

ଏହି ପ୍ରକଳ୍ପ କୁ ପଠାଇ ଦେଶର ଏକ ସ୍ୱତନ୍ତ୍ର ଖେଳ ର ପରିଚୟ ଦେବାକୁ ଚେଷ୍ଟା କରାଯାଇଛି ବୋଲି ଉକ୍ତ ସ୍କୁଲ ର ଶିକ୍ଷକ ମନୋରଞ୍ଜନ ପାଢ଼ୀ ଙ୍କ ପତ୍ନୀ ତଥା ପ୍ରକଳ୍ପ ମେନେଟର ଶ୍ରୀମତୀ ମିଶ୍ର କହିଛନ୍ତି।

Related Post

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ, ତୃତୀୟ ଦିବସରେ କଣ୍ଟାବାଞ୍ଜି ବିଜୟୀ

Posted by - November 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ଗ୍ରାମ ପଞ୍ଚାୟତ ର ରୋୟାଲ ଡାଇମଣ୍ଡ ଯୁବକ ସଂଘ ତରଫରୁ ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣ।ମେଣ୍ଟ…

ବିଏମଏସଏସ କପ ଉଦଯାପିତ

Posted by - January 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ପଂଚାୟତ ଝାଡଙ୍ଗା ବିଏମଏସଏସ କ୍ଲବ ପକ୍ଷରୁ ସାଧୁ ଗୋସେଇଁ ଖେଳ ପଡିଆରେ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗୀତାର ପାଂଇନାଲ ମ୍ୟାଚରେ ଭଦ୍ରକର ୟୁନିକ୍ କ୍ଲବ ଓ ଯାଜପୁରର ଇଲେଭେନ ଷ୍ଟାର ମଧ୍ୟରେ ହୋଇଥିଲା ଏଥିରେ ଯାଜପୁର ଇଲେଭେନ ଷ୍ଟାର ଦଳ ଚାମ୍ପିଆନ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ସ୍ଥାନୀୟ ସରପଂଚ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଜା ବେହରଗୁଡ଼ା ଠାରେ ଭଲିବଲ ଟୁର୍ନାମେଣ୍ଟ ଉଯାଫନ ଦିବସ

Posted by - December 13, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସାଶନ ପଂଚାୟତ ରାଜା ବେହରଗୁଡ଼ା ଠାରେ ମା ଠାକୁରାଣୀ ଆଦିବାସୀ ଯୁବକ ସଂଘ ତରଫରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ଫାଇନଲ ଦିବସ…

ସୋନପୁର ପ୍ରିମିୟର ଲିଗ ମଣ୍ଟୁ ୱାରିୟର୍ସ ଚମ୍ପିଆନ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା ସ୍ଥାନୀୟ ଗାନ୍ଧୀ ପଡିଆରେ ସୋନପୁର ପ୍ରିମିୟର ଲିଗ ୨୦୨୨ ଗତକାଲି ଉଦଯାପିତ ହୋଇଯାଇଛି l ଗତକାଲି…

ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ରେ ସ୍ଥାନ ପାଇଲେ ଓଡ଼ିଶାର ଆଠ ଜଣ ଖେଳାଳି

Posted by - December 29, 2021 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ…