ବଜ୍ରବାଣ ତରଫରୁ ସ୍ୱାସ୍ଥ୍ୟ ସେବକଙ୍କୁ ସଂଗ୍ରାମ ସାରଥୀ ସମ୍ମାନ

688 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକର କୋଭିଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଦୂତ ସାଜିଥିବା କର୍ମ କର୍ତ୍ତା ମାନଙ୍କୁ ଓଡିଶାର ଅଗ୍ରଣୀ ସମାଲୋଚନା ମୂଳକ ସାପ୍ତାହିକୀ ଖବର କାଗଜ ବଜ୍ରବାଣ ତରଫରୁ ଆଜି ବରୀ ବ୍ଲକର ଅଭିମନ୍ୟୁ ବାଲିଆ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି । ଆଜି ପୂର୍ବାହ୍ନ ୧୧.୩୦ ମି. ସମୟରେ ବଜ୍ରବାଣ ସମାଲୋଚନା ମୂଳକ ଖବରକାଗଜ ତରଫରୁ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ସଭା ପ୍ରକୋଷ୍ଠରେ ସଂପୂର୍ଣ୍ଣ ନିରାଡମ୍ବର ପୂର୍ଣ୍ଣ ଭାବରେ ସ୍ୱାସ୍ଥ୍ୟସେବା କର୍ମକର୍ତ୍ତାଙ୍କୁ ସଂଗ୍ରାମ ସାରଥୀ ସମ୍ମାନ -୨୦୨୧ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ରବିନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମ୍ବାଦିକ ବାବାଜୀ ଚରଣ ଜେନା ସମ୍ମାନୀତ ଅତିଥି ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲିଆ ଶାଖା ପରିଚାଳକ ବିଶ୍ୱଜିତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ମାନପତ୍ର , ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ତେବେ ଅନୁଷ୍ଠାନ ତରଫରୁ ବରୀ ସି ଏଚ ସି ର ବି ପି ଏମ ମୁକୁନ୍ଦ ଚନ୍ଦ୍ର ନାୟକ, ଏମ ପି ଏଚ ଡବ୍ଲୁ କରୁଣା କର ଦାସ , ବ୍ରହ୍ମାନନ୍ଦ ମହାଳିକ, ପ୍ରତିଭା ସାମଲ, ପ୍ରିୟ ରଂଜନ ସାହୁ , ଫାର୍ମାସିଷ୍ଟ ସାଗର କୁମାର ଦାସ , ଏ ଏନ ଏମ ସ୍ମରଣିକା ଜେନା, ଗାୟତ୍ରୀ ମଲ୍ଲିକ, ମିନାରାଣୀ ଜେନା, ଡି ଇ ଓ ପ୍ରଶାନ୍ତ କୁମାରସାହୁ, ଶଶୀକାନ୍ତ ଜେନା, ଦୀପକ କୁମାର ଦାସଙ୍କୁ ସଂଗ୍ରାମ ସାରଥି ସମ୍ମାନ ୨୦୨୧ ସମ୍ମାନରେ ସମ୍ମାନୀତ କରିଥିଲେ । ବଜ୍ରବାଣ ପରିବାର ତରଫରୁ ପ୍ରତିଷ୍ଠାତା ଶରତ କୁମାର ଜେନା ସଭାକୁ ସଂଚାଳନ କରିଥିବା ବେଳେ, ପ୍ରିତୀ ରଂଜନ ସାହୁ , ସୁରେଶ ଚନ୍ଦ୍ର ରଥ, ସୁକାନ୍ତ କୁମାର ଜେନା ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

Related Post

ବୌଦ୍ଧ ଜିଲ୍ଲା ର ଅନ୍ୟନ ପର୍ଯ୍ୟଟନ ସ୍ଥଳୀ ହେବ ରାମଗଡ ପଂଚାୟତ ର “କୁଆକୁଦ “

Posted by - October 27, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ଜିଲ୍ଲl ପ୍ରାକୃତିକ ସମ୍ପଦ ରେ ଭରପୁର ଏକ ଶୋଭାର ଭଣ୍ଡାର!ମହାନଦୀ ର କୁଳୁକୁଳୁ ଶବ୍ଦ ସହିତ ସବୁଜିମା ଭରା ଘଞ୍ଚ ଜଙ୍ଗଲ ପ୍ରକୃତି ରାଣୀର…

ଯାଜପୁରରେ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିରର ଅବସ୍ଥା ଶୋଚନୀୟ: କାହାର ନଜର ନାହିଁ

Posted by - February 9, 2019 2
ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ତଳିହା ଗ୍ରାମ ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ବୈତରଣୀ ନଦୀ କୂଳରେ ପ୍ରାଚୀନ ସିଦ୍ଧେଶ୍ୱର ଶୈବପୀଠ ଅବସ୍ଥିତ।ଏହା ଗଙ୍ଗ ବଂଶର ରାଜତ୍ୱ କାଳରେ…

2 ଲକ୍ଷ ଟଙ୍କାର ବୀମା ପାଇପାରିବେ, କେବେଳ ମାସକୁ ଦେବାକୁ ପଡିବ 1 ଟଙ୍କା

Posted by - September 1, 2020 0
ଜୀବନରେ କେତେବେଳେ କଣ ହେବ କେହି କହିପାରିବେ ନହିଁ ସେଥିପାଇଁ ଗୋଟେ ସାଧାରଣ ଲୋକ ପାଇଁ ବିମାର ବହୁତ ଆବଶ୍ୟକ ରହିଛି । ସେଥିପାଇଁ ନିଜ ପରିବାର…

ଅଗ୍ରଣୀ ସେଛାସେବୀ ସଂଙ୍ଗଠନ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

Posted by - October 23, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ଆମେ ନିଜ ନିଜର ଅଧିକାର ଜାହିର କରିବା ପୂର୍ବରୁ ସର୍ବ ପ୍ରଥମେ ଆଗ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା କାରଣ ଏ ସମାଜ ବ୍ୟକ୍ତି…