ବେଆଇନ ଗୋରୁ ଶାଳ ହଟାଇବା ଓ ରାସ୍ତା ନିର୍ମାଣ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

787 0

ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତିଗୁଡ଼ା ସ୍ଥିତ ସାହି ବାସିନ୍ଦା ରାସ୍ତାରେ ବେଆଇନ ଗୋରୁ ଶାଳ ଉଚ୍ଛେଦ କରିବା ସହ ରାସ୍ତା ନିର୍ମାଣ କରିବା ନେଇ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାର ଗୌର ଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଦାବି ପତ୍ର ଅନୁଯାୟୀ ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବେ ଜମି ମାଲିକାଣୀ ସ୍ବର୍ଗତ ପାର୍ବତୀ ଦୋରା ମୋଟ ୧ ଏକର ୨୮ ସେଣ୍ଟ ଜମିକୁ ପ୍ଲୋଟିଂ କରି ବିକ୍ରୀ କରିଥିଲେ । ସେଥିରୁ ଲୋକମାନଙ୍କ ଯାତାୟତ କରିବା ପାଇଁ ଖାତା ନଂ ୪୭୭/୩୫୬ , ପ୍ଲଟ ନମ୍ବର ୭୧୦ ରୁ ୧୮ ଫୁଟ , ୧୫ ଫୁଟ , ୧୨ ଫୁଟ ଓ ୨୩ ଫୁଟ ଓସାରିଆ ଲିଙ୍କ ରାସ୍ତା ଛଡାଯାଇଥିଲା ।

ଚାରିଟି ଲିଙ୍କ ରୋଡ ମଧ୍ୟରୁ ତିନୋଟି ପୌରପଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଜୟନ୍ତୀ ଗନ୍ତାୟତଙ୍କ ଖାଲି ଜାଗାକୁ ଲାଗି ୨୩ ଫୁଟ ଓସାରିଆ ଲିଙ୍କ ରୋଡ ବ୍ୟବହାର ନ ହୋଇ ପଡ଼ିରହିଛି । ସାହି ବାସିନ୍ଦାଙ୍କ ନିକଟରେ ଥିବା ଏକ ଲିଙ୍କ ରୋଡ ଦେଇ ଲୋକେ ଯାତାୟାତ କରୁଥିଲେ । ଉକ୍ତ ରାସ୍ତା ଦେଇ ସ୍କୁଲ , ଟିଉସନ ଛାତ୍ର ଛାତ୍ରୀ , ସାହି ବାସିନ୍ଦା ଓ ଇଛାବତିଗୁଡାର ଶହ ଶହ ଲୋକ ପ୍ରତିଦିନ ଯାତାୟାତ କରୁଥିଲେ । କିନ୍ତୁ କିଛି ମାସ ହେବ ଲିଙ୍କ ରୋଡ ପାଖ ଥିବା ଘର ମାଲିକ ଏହି ଲିଙ୍କ ରୋଡକୁ ବନ୍ଦ କରିଦେବା ସହ ଏକ ଗାତ ଖୋଳି ରାସ୍ତା ଅବରୋଧ କରିଛି । ଯଦ୍ୱାରା ସାହିର ସ୍କୁଲ ଛାତ୍ର ଛାତ୍ରୀ ଓ ସାହି ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଫରେ ଛଡାଯାଇଥିବା ୨୩ ଫୁଟ ଓସାରିଆ ଖାଲି ଜାଗାକୁ ରାସ୍ତା ରୂପେ ବ୍ୟବହାର କରିବା ପାଇଁ ସାହି ବାସିନ୍ଦା ମିଳିମିଶି ଚାନ୍ଦା ଆଦାୟ କରି ଖାଲି ଥିବା ସ୍ଥଳରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି ।

କିନ୍ତୁ ଉକ୍ତ ରାସ୍ତାରେ ଶ୍ରୀଧର ସାହୁ ନାମକ ବ୍ୟକ୍ତି ଗୋରୁ ଶାଳ ନିର୍ମାଣ କରି ରାସ୍ତାଟିକୁ ଅବରୋଧ କରିଛନ୍ତି । ଯଦ୍ୱାରା ଏହି ରାସ୍ତା ଦେଇ ଗାଡ଼ି ,ମୋଟର ଓ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସର୍ବସାଧାରଣଙ୍କ ନିମନ୍ତେ ମେଫରେ ଛଡ଼ାଯାଇଥିବା ୨୩ ଫୁଟ ରାସ୍ତାରେ ବେଆଇନ ଭାବେ ଅସ୍ଥାୟୀ ଗୋରୁଶାଳ ଉଠାଇବା ସହ ପୌରପାଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ କାଉନସିଲର ସୁଧୀର ମହାପାତ୍ର , ଏ .ସତିଶ, ସତ୍ୟନାରାୟଣ ସାହୁ , ରବୀନ୍ଦ୍ର କୁମାର ସାହୁ , ସୁବାସ ଚନ୍ଦ୍ର ସାହୁ , ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଝାରସୁଗୁଡା ପୋଲିସ ଶୁଣୁନି,ନ୍ୟାୟ ପାଇ ପରିବାର ଡିଆଇଜି ଙ୍କ ଦ୍ବାରସ୍ତ

Posted by - January 16, 2022 0
ଝାରସୁଗୁଡା:(ରମାକାନ୍ତ ବିଶ୍ବାଳ)ଭାଇ କୁ ହତ୍ୟା କରିଥିଲେ ବି ଝାରସୁଗୁଡା ପୋଲିସ ନଶୁଣିବାରୁ ପରିବାର ଉତ୍ତରାଂଚଳ ଡିଆଇଜି ଦ୍ବାରସ୍ତ ହେଲେ ନ୍ୟାୟ ପାଇଁ । ଝାରସୁଗୁଡା ଜିଲ୍ଲା ବେଲପାହାଡ…

ଯାଜପୁର ଜିଲ୍ଲା ର ୨୧ ତମଜିଲ୍ଲାପାଳ  ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର

Posted by - September 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ର ୨୧ ତମଜିଲ୍ଲାପାଳ  ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା…

ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ I ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ…

ଆସିଲାନି ଜୱାଦ୍ ; ତଥାପି ଉଜୁଡ଼ିଗଲା ଚାଷୀର ଫସଲ; ବର୍ଷକର ଖାଦ୍ୟ ଯୋଗାଡ଼ ବି ହେଲା ଅସମ୍ଭବ

Posted by - December 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବାତ୍ୟା ଜୱାଦ୍ ଦୂର୍ବଳ ହୋଇଯିବା ଯୋଗୁଁ ଲୋକେ କିଛି ପରିମାଣରେ ଆଶ୍ଵସ୍ତି ଲାଭ କରିଥିଲେ ମଧ୍ୟ ତିନିଦିନର ଲଘୁଚାପ ଜନିତ ଲଗାଣ ବର୍ଷା…

କେନ୍ଦୁଲିପି ଏବଂ ବୟନଶିଳ୍ପ କ୍ଷେତ୍ରରେ ଦ୍ରବ୍ୟ ଓ ସେବା କରକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ସାଂସଦରେ ସୁବାସ ସିଂଙ୍କ ଦାବି

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାରେ ପାଖାପାଖି ୧୦ ଲକ୍ଷ ଶ୍ରମିକ ମହିଳା ଓ ଆଦିବାସୀ ସମ୍ପ୍ରଦାୟର। ପୂର୍ବରୁ ସେମାନଙ୍କ ଉପରେ ୫% ଭାଟ…