ଘର ମାଲିକ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ଛାଡୁ ନ ଥିବା ଅଭିଯୋଗ

551 0

ସୋନପୁର:( ଅଜିତ କୁମାର ପୁଝାରୀ)ଦାଦନ ଖଟିବାକୁ ତାମିଲନାଡୁକୁ ଯାଇ ଅସୁସ୍ଥ ହେବାପରେ ଉଦ୍ଧାର ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ମେସେଜ କରି ଗୁହାରୀ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଗାଁର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀ I ଗତ କିଛି ଦିନ ହେଲା ବାଉଁଶୁଣୀରୁ ଅଜିତ ଓ ତାଙ୍କ ସ୍ତ୍ରୀ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁର କୁ କାମ ପାଇଁ ଯାଇଥିଲେ I ହେଲେ ଏବେ କିଛି ଦିନ ହେଲା ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ବେଳେ ମାଲିକ ତାଙ୍କୁ ଗୋଟେ ଘରେ ବନ୍ଦି କରି ରଖି ଚିକିତ୍ସା ପାଇଁ ବାହାରକୁ ଛାଡୁ ନ ଥିବା ଅଭିଯୋଗ ହୋଇଛି I

ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନ ଥବା ମଧ୍ୟ ଅଭିଯୋଗ କରିଛନ୍ତି ଅଜିତ I ଏଭଳି ଅବସ୍ଥାରେ କାହାକୁ ନ ପାଇ ଅଜିତ ନିଜ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି I ଏହି ଭିଡିଓ କୁ ଦେଖି ବିନିକା ବାଉଁଶୁଣୀ ଅଂଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, 5ଟି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଅନୁରୋଧ କରିଛନ୍ତି I

Related Post

ଦାବିପୁରଣ ପାଇଁ ଚାଷୀଙ୍କ ୨୨ କିମି ପଦଯାତ୍ରା

Posted by - November 27, 2021 0
ସମ୍ବଳପୁର:(ରମାକାନ୍ତ ବିଶ୍ବାଳ)ନିଜର ନାର୍ଯ୍ୟ ଦାବିପୁରଣ ପାଇଁ ଚାଷୀ କଲେ ୨୨ କିମି ପଦଯାତ୍ରା । ସମ୍ବଲପୁର ଜିଲ୍ଲାର ପଡିଆବାହାଳ ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରାୟ ୨୨…

ଆସନ୍ତା ପୌର ର୍ନିବାଚନ ଖର୍ଚ୍ଚ ତଦାରଖ ପାଇଁ ଏକ ବୈଠକ ଅନୁଷ୍ଠିତ

Posted by - March 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପରିଷଦ ସଭାଗୃହରେ ଆସନ୍ତା ପୌର ର୍ନିବାଚନ ପାଇଁ ଖର୍ଚ୍ଚ ତଦାରଖ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଉପ…

ଯାଜପୁର ଜିଲା ଗସ୍ତରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ

Posted by - September 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଆଜି କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ ଯାଜପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ସମୀକ୍ଷା…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରେସ ବାର୍ତ୍ତା

Posted by - May 22, 2021 0
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରାକ୍ ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ଯଜୀବୀମାନଙ୍କୁ ଫେରାଇ ଅଣାଯାଇଛି। ସମ୍ପୂର୍ଣ୍ଣ…