Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

କରୋନାରେ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ୧୧୪ ଆମ୍ବ ଗଛ ରୋପଣ

732 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ନୂଆଗଡ଼ ମୌଜାର ଥିବା ଓଁ ଶାନ୍ତି ର ଆନନ୍ଦ ସରୋବର ଏବଂ ପୋଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ଆମ୍ବ ଗଛ ରୋପଣ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି।

ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ, ପ୍ରହଲ୍ଲାଦ ସହାଇ ମିନା, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ,ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ , ବାଣେଶ୍ୱର ରାଓ ସୁବୁଦ୍ଧି, ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଓଁ ଶାନ୍ତି ମୁଖ୍ୟ ପ୍ରଶାସିକା ବ୍ରହ୍ମକୁମାରୀ ନିଲମ ଦିଦି ପ୍ରମୁଖ ଭାଗ ନେଇଥିଲେ ।

ଭାରତରେ ଗୋଟିଏ ଲୋକଙ୍କ ପିଛା ବର୍ତ୍ତମାନ ଦେଶରେ ୨୮ ଟି ଗଛ ଥିବା ସମୟରେ ପାଶ୍ଚାତ୍ୟ ଦେଶ କାନାଡା ରେ ମୁଣ୍ଡ ପିଛା ୫୦୦୦ ହଜାରରୁ ଅଧିକ ଗଛ ଅଛି। ଦେଶରେ ବର୍ତ୍ତମାନ କରୋନା ସମୟରେ ଅମ୍ଳଜାନ ଜନିତ ସମସ୍ୟା ଦୂର କରିବାକୁ ହେଲେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ସ୍ମଶାନ, ଆମୋଦ ପ୍ରମୋଦ ଉଦ୍ୟାନ ଏବଂ ଖୋଲା ସ୍ଥାନ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ କରିବା ଛଡା ଅନ୍ୟ ଉପାୟ ନାହିଁ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।

ନିଜର କିମ୍ବା ନିଜ ପରିବାର ର ଜନ୍ମ ଦିନ ହେଉ କିମ୍ବା ନିଜର ବିବାହ ବାର୍ଷିକ ଉତ୍ସବ ପାଳନ ଅବସରରେ ହେଉ କିମ୍ବା ନିଜର ଦିବଙ୍ଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ବୃକ୍ଷ ରୋପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଥିଲେ ।

Related Post

ସରକାର ଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତି କୁ ମହିଳା ସଂଗଠନର ବିରୋଧ

Posted by - May 7, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ବଲାଣୀ ବଜରଙ୍ଗ ଦଳ ପ୍ରତିନିଧି ଙ୍କ ନେତୃତ୍ୱ ରେ ସ୍ଥାନୀୟ ମହିଳା ସଂଗଠନ ର ସରକାର ଙ୍କ ସରକାରୀ ମଦ ଦୋକାନ ଖୋଲିବା ନିଷ୍ପତ୍ତି…

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର

Posted by - August 22, 2022 0
ଭବାନୀପାଟଣା :୨୨.୦୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଲାଞ୍ଜିଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ…

ବାବା ସୋମନାଥଙ୍କ ପିଠରେ ପାଠାଗାର ଉଦ୍‌ଘାଟିତ

Posted by - January 28, 2021 0
ଭୁବନେଶ୍ୱର:ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଢାୱା ଗ୍ରାମରେ ଥିବା ବହୁ ପୁରାତନ ସୋମନାଥ ମନ୍ଦିର ପିଠରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।ଆଧ୍ୟତ୍ମତ ଓ ଦେବାଦେବୀଙ୍କ ଉପରେ ଆଧାରିତ…