ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ର ସମୀକ୍ଷା

824 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)୩୦,୦୪,୪୭,୮୭୮/-ଟଙ୍କାରେ ଅଟକଳ ବିନିମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର ନିର୍ବାହି ଯନ୍ତ୍ରୀ, ଜଳସେଚନ, ନବରଙ୍ଗପୁର ବିଶ୍ୱନାଥ ମହାନ୍ତି, ସହକାରୀ ନିର୍ବାହି ଯନ୍ତ୍ରୀ କଟେଶ୍ୱର ରାଓ ଏବଂ ବୈଷୟିକ ଦଳ ଦ୍ୱାରା M/S OCC Ltd ଦ୍ୱାରା ନିର୍ମାଣ ହେଉଥିବା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ୧୦,୨୫,,୧୩,୭୦୮/-ଟଙ୍କା ବ୍ୟୟ ହୋଇ ଶତକଡା ୩୪ ଭାଗ କାର୍ଯ୍ୟ ଶେଷ ହୋଇଛି ।

ପ୍ରକଳ୍ପର କାର୍ଯ୍ୟ ଶେଷ ହେଲା ପରେ ଖରିଫ ଚାଷ ଜମି ପାଇଁ 531 ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ। ଚାରୋଟି stilling basins କାମ ମଧ୍ୟରୁ, ଦୁଇ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଆଉ ଗୋଟିଏ ଆଗାମୀ ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ହୋଇଯିବ ବୋଲି ନିର୍ବାହି ଯନ୍ତ୍ରୀ ପ୍ରକାଶ କରିଥିଲେ । ବର୍ଷା ଦିନ ପରେ ଆସନ୍ତା ଜାନୁଆରୀ ୨୦୨୨ ସୁଦ୍ଧା ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ।

ତାପରେ ୧୯୦୯ ମସିହାରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ନଦୀର ପୁରୁଣା ବ୍ରିଜ କୁ ପରିଦର୍ଶନରେ ଯାଇଥିଲେ । ବ୍ରିଜ କୁ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଠିକ ନାହିଁ ବୋଲି ଅନୁଭବ କରି ନବରଙ୍ଗପୁର ନିର୍ବାହି ପୋୖର ଅଧିକାରୀଙ୍କୁ ଏକ ବୈଷୟିକ ଦଳ ଙ୍କୁ ନେଇ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ସହିତ ସେଠାରେ ଏକ ଆମୋଦ ପ୍ରମୋଦ ପାଇଁ ଗୋଟିଏ ଉଦ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ, ଯଦ୍ୱାରା ବ୍ରିଟିଶ ନିର୍ମିତ ଐତିହାସିକ ବ୍ରିଜ ଏକ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ ହୋଇପାରିବ ।

Related Post

ରାସ୍ତା ମରାମତି ନହେଲେ ଭୋଟ ବର୍ଜନ : ଚିକିଲି ଗ୍ରାମବାସୀ

Posted by - January 28, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମ ବାସୀ ଯାତାୟାତ ପାଇଁ ବେଶି ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି!…

ଜାନୁୟାରୀ ମାସ ପାଇଁ ରାଜ୍ଯ ସରକାର ଙ୍କ କୋଭିଡ୍ ଗାଇଡଲାଇନ୍ ଜାରୀ

Posted by - December 31, 2020 0
ଭୁବନେଶ୍ବର :ଦୀର୍ଘ ୯ମାସ ଧରି ଥିବା କଟକଣାରେ କୋହଳ କରି ଚଳିତ ନୂଆବର୍ଷରୁ ଜନଜୀବନକୁ ସ୍ୱାଭାବିକ ନିମନ୍ତେ ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍…

ସିକ୍ୟୁରୀଟି ଗାର୍ଡ ଙ୍କର ମୃତ୍ୟୁ ନେଇ ଉତ୍କଳ ଆଲୁମିନା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।

Posted by - May 25, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ମୃତ ସେକ୍ୟୁରୀଟି ଗାର୍ଡ ଜଣକ ହେଉଛନ୍ତି ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମର ଜିରା ମାଝି ।ଉତ୍କଳ ଆଲୁମିନା ପରିସର ମଧ୍ୟରେ ଥିବା ”…

ସରକାର କା ମାଲ ଦରିଆ ମେ ଡାଲ,କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଅଳିଆଗଦାରେ

Posted by - January 10, 2019 0
ସମ୍ବଲପୁର:ଟ୍ରାକ୍ଟର ଡାଲାରେ ଲଦା ହୋଇ କୁଇଣ୍ଟାଲ କୁଇଣ୍ଟାଲ ଖାଦ୍ୟ ଖତଗଦାରେ ଫିଙ୍ଗାଯାଉଛି । ହେଲେ ଏସବୁ ଉପରେ ସ୍ଥାନୀୟ ପ୍ରଶାସନର ନଜର ନାହିଁ । ସମ୍ବଲପୁର ସହରରରେ…

ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ପାଇଁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - January 8, 2019 0
ନୂଆଦିଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪…