କରୋନା ସଚେତନତା ସହ ବାତ୍ୟା ୟାସ ନିମନ୍ତେ ସ୍ୱତନ୍ତ୍ର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

681 0

ଯାଜପୁର:ମହାମାରୀ କରୋନାର ମହାପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ପ୍ରଳୟଙ୍କରୀ ବାତ୍ୟା “ୟାସ”ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ କ୍ଷତିଗ୍ରସ୍ତ ପରିବାର ଗୁଡିକୁ ରାସନ ସାମଗ୍ରୀ ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି।ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ବିଭିନ୍ନ ଶାଖା କାର୍ଯ୍ୟାଳୟ ପକ୍ଷରୁ ୪୨୬ରୁ ୪୩୧ଦିନ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଲୋକଙ୍କ ଥଇଥାନ ଏବଂ ରିଲିଫ ବଣ୍ଟନ ସହ ମହାମାରୀ କରୋନା ସମ୍ପର୍କରେ ସଚେତନ କରାଯାଇ ଥିଲା

୪୩୧ତମ ଦିବସରେ ଫାଉଣ୍ଡେସନଦ୍ବାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳର ବିଭିନ୍ନ ସ୍ଥାନ ମାନଙ୍କରେ ଏହି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ଫାଉଣ୍ଡେସନର ସଂଯୋଜିକା ଶ୍ରୀମତୀ ମଧୁସ୍ମିତା ନାୟକ,ଶୁଭ୍ରଜିତ ପତିଆରୀଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମୀମାନେ ସହଯୋଗ କରିଥିଲେ।

Related Post

କମଲପୁର ମାହେଶ୍ୱରୀ ବିହାର ଠାରେ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ

Posted by - November 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା…

ବିଭିନ୍ନ ଦାବିକୁ ନେଇ ଗରିବ ସେନା ପକ୍ଷରୁ ଗାଁ ମାନଙ୍କରେ ଚେତାବନୀ ବୈଠକ

Posted by - May 20, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତର ଅବହେଲିତ ନିଷ୍ପେସିତ ଆଦିବାସୀ ଗାଁ ଦାବଝର ଠାରେ ବର୍ଷ ବର୍ଷ ଧରିଲାଗିରହି ଥିବା ସାମାଜିକ ବିଭିନ୍ନ…

ଜିଲ୍ଲାସ୍ତରୀୟ ଆୟୋଡିନ ନିୟନ୍ତ୍ରଣ ଦିବସ ପାଳିତ

Posted by - October 21, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ଵ, ଯାହା ସ୍ଵାଭାବିକ ଅଭିବୃଦ୍ଧି ଏବଂ ମନସିକ ବିକାଶ ଘଟିବା ପାଇଁ ଅତି…

ଅକ୍ଟୋବର ୧୬ ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆହ୍ବାନ

Posted by - September 17, 2022 0
ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ଅଞ୍ଚଳର ଏକ ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ । ସମଗ୍ର ପଶ୍ଚିମଞ୍ଚଳ କୁ ଏକତା ର ବନ୍ଧନ…