Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

339 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ଶାଖାର ଅଧ୍ୟକ୍ଷ ଶ୍ରୀ ରାଠୋର ୫୦ରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ କରୁଥିବା ଶିବିର ଗୁଡି଼କର ଆୟୋଜକଙ୍କୁ ରକ୍ତଭଣ୍ଡାର ଅଧିକାରୀଙ୍କ ସୁପାରିଶରେ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ଯୁବ ଓ ଜୁନିୟର ରେଡକ୍ରସ ଶିବିର ଆୟୋଜନ ପାଇଁ ମଧ୍ୟ ରେଡକ୍ରସ ସହାୟତା ପ୍ରଦାନ କରିବାକୁ ଶ୍ରୀ ରାଠୋର ପରାମର୍ଶ ଦେଇଥିଲେ ।

ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ରେଡ଼କ୍ରସ ପାଣ୍ଠି ବୃଦ୍ଧି ସହ ମହତ କାର୍ଯ୍ୟରେ ତାହାର ବିନିଯୋଗ କ୍ଷେତ୍ରରେ ଆନ୍ତରିକତା ଦେଖାଇବାକୁ ମତ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ ବିଶାଳ ସିଂ ଜିଲ୍ଲା ପରିଷଦ ବୈଠକରେ ରେଡ଼କ୍ରସର ସଦସ୍ୟତାପାଣ୍ଠି ବୃଦ୍ଧି  ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଏଜେଣ୍ଡା ରଖାଯିବ ବୋଲି ସୂଚନା ଦେଇଥିଲେ । ଜିଲ୍ଲା ରେଡ଼କ୍ରସ ଶାଖାର ସଂପାଦକ ତଥା ଡେପୁଟୀ କଲେକ୍ଟର କୁଳମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ଆୟ ବ୍ୟୟର ବିବରଣୀ ଓ ବିବିଧ କାର୍ଯ୍ୟକ୍ରମର ତଥ୍ୟ ଉପସ୍ଥାପନ କରିଥିଲେ ।

Related Post

ଜଣେ ନର୍ସ ସଂକ୍ରମିତ ହେବାପରେ ଡାକ୍ତରଖାନା ପରିସର ହେଲା ସାନିଟାଇଜ

Posted by - July 18, 2020 436
ବିଞ୍ଝାରପୁର::(ଗୁଲସାହାନୱାଜ ଅଲି ଖାଁ)ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୭୭ ହଜାର ୮୯୩ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୬ ହଜାର ୭୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…

ଶିଶୁ ମନ୍ଦିର ରେ ଗଣିତ ମେଳା

Posted by - December 23, 2019 41
କେନ୍ଦୁଝର:ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ଏହି ଉପଲକ୍ଷେ ବିଦ୍ୟାଳୟ ରେ ଗଣିତ ମେଳା ର…

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ୨ମୃତ ୧ ଆହତ

Posted by - June 19, 2020 522
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି(ଗୁରୁବାର) ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ଟିଟିଲାଗଡ ପୌରପରିଷଦ ତରଫରୁ ମିଶନଶକ୍ତି ଗୃହ ଏବଂ ପାର୍କ ଉଦଘାଟନ

Posted by - April 12, 2022 0
ଟିଟିଲାଗଡ(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ସ୍ଥାନୀୟ ଟିଟିଡୁଙ୍ଗୁରି ଖେଳ ପଡିଆ ଭିତରେ ଏବଂ ନୀଳଚକ୍ର ନଗର ଯିବା ରାସ୍ତା କଡ଼ରେ ଦୁଇଟି ମିଶନ ଶକ୍ତି ଗୃହର…

ବାଲ୍ୟ ବିବାହ ନିଷେଧ ଉପରେ ଜାତି ମୁଖିଆ ମାନଙ୍କ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ

Posted by - April 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)  ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ବିଳନୀ କକ୍ଷ ଠାରେ ପାରମ୍ପାରିକ ଜାତି ମୁଖିଆ, ମନ୍ଦିର କମିଟି ସଦସ୍ୟ ମାନଙ୍କର ଦିନିକିଆ ବାଲ୍ୟ…