ଭଦ୍ରକ ରାଣୀତାଲ୍ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ।ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ରାଜ୍ୟର ଚାଷୀଙ୍କୁ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ସହାୟତା ରାଶି ମିଳୁନଥିବା କହି, ବିଜେପି ସରକାର ଆସିଲେ ଦେଢ଼ଗୁଣା ଏମ୍ଏସ୍ପି କିଭଳି ମିଳିବ ତାହା ନିଶ୍ଚିତ କରାଯିବ ବୋଲି କହିଥିଲେ।ରାଣୀତାଲଠାରେ ଦାଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କୁ ବଳିଦାନ ବ୍ୟର୍ଥ ଯିବନି ବୋଲି ରାଜନାଥ ସିଂହ କହିଥିଲେ। ସେହିପରି ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ସ୍ମରଣ କରି ଥିଲେ ଗୃହମନ୍ତ୍ରୀ। ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନ ମଧ୍ୟରେ ରହିବ ବୋଲି ରବିବାର ରାଣୀତାଲଠାରେ ଘୋଷଣା କରିଛନ୍ତି ରାଜନାଥ ସିଂହ।
ରାଜନାଥଙ୍କ କାର୍ଯ୍ୟକ୍ରମରେ ପଡୋଶୀ ବାଲେଶ୍ୱର, କେନ୍ଦୁଝର ଓ ମୟୂରବଞ୍ଜ କର୍ମୀମାନେ ଯୋଗ ଦେଇଛନ୍ତି। ସଭାରେ ଭାଷଣ ଦୋବ ପୂର୍ବରୁ ରାଜନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ରାଜନାଥଙ୍କ ଫୋକସରେ ଉତ୍ତର ଓଡିଶା ରହିବ।