Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ; ସହିଦଙ୍କ କଫିନକୁ କାନ୍ଧରେ ବୋହିଲେ ଗୃହମନ୍ତ୍ରୀ ରାଜନାଥ ସିଂହ

1115 2

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସହିଦଙ୍କ କଫିନକୁ ନିଜ କାନ୍ଧରେ ବୋହିନେଲେ ଗୃହମନ୍ତ୍ରୀ ରାଜନାଥ । ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ୩୭ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ।

Related Post

ଗୁଜୁରାଟର ଅଡାଲଜ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

Posted by - July 13, 2022 0
ଅହମଦାବାଦ: ଗୁଜୁରାଟର ଅଡାଲଜଠାରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଗୁଣ୍ଡିଚା ମନ୍ଦିରର ରୂପ ନେଇଥିବା ମୁଖ୍ୟ…

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

Posted by - June 25, 2022 0
ଆମଷ୍ଟରଡମ୍‍:୨୪ା୬ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ…

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - January 14, 2022 0
ଲସଏଞ୍ଜଲସ/ ଲଣ୍ଡନ/ ସିଙ୍ଗାପୁର/ ଦୁବାଇ/ମସ୍କୋ/ କାନବେରା/ ପୁରୀ/ ନୂଆଦିଲ୍ଲୀ /ଭୁବନେଶ୍ୱର ତା ୧୪/୦୧ ରିଖ : ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ…

ରାଷ୍ଟ୍ରପତି ନିର୍ବାଚନ, ଆଂଚଳିକ ଦଳ ନେବେ ନିର୍ଣ୍ଣାୟକ ଭୂମିକା

Posted by - May 28, 2022 0
ଭୁବନେଶ୍ବର(ବ୍ଯୁରୋ) :ଆଗାମୀ ଜୁଲାଇ ୨୫ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ନୂତନ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ଦିଲ୍ଲୀ…

ଭାରତୀୟ ବାୟୁସେନାକୁ ଦୁର୍ବଳ କରିବାକୁ କଂଗ୍ରେସ ଉଦ୍ୟମ କରୁଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - February 8, 2019 0
ନୂଆଦିଲ୍ଲୀ :ଭାରତୀୟ ବାୟୁ ସେନା ଶକ୍ତିଶାଳୀ ହେଉ ବୋଲି ଚାହୁଁନି କଂଗ୍ରେସ। ରାଫେଲ୍‌ ପ୍ରସଙ୍ଗରେ କଂଗ୍ରେସକୁ ଏଭଳି ପାଲଟା ଆକ୍ରମଣ ସହ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…

There are 2 comments

Leave a comment

Your email address will not be published.