ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ ଏପଟେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

752 0

ଭୁବନେଶ୍ବର: ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି ।ଏହି ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗ ସଚିବଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଲେ।

ଆଜି ଅପରାହ୍‌ଣ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟଣା ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ତଦନ୍ତ ଲାଗି ପ୍ରେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ । ତେବେ ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଏପଟେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିସ୍ଫୋରଣରେ ଆହତଙ୍କ ମାଗଣା ଚିକିତ୍ସା କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଘେଷଣା କରିଛନ୍ତି।

 

 

Related Post

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

Posted by - November 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ…

କନିଷ୍ଠ ଯନ୍ତ୍ରୀ ଙ୍କ ମନମୁଖୀ ବେଆଇନ କାର୍ଯ୍ୟର ତଦନ୍ତ ପାଇଁ ସ୍ମାରକ ପତ୍ର

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)କନିଷ୍ଠ ଯନ୍ତ୍ରୀ ଙ୍କ ବେଇଆଇନ୍ ଓ ମନମୁଖୀ କାର୍ଯ୍ୟ ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦେଲେ ଗ୍ରାମବାସୀ ।…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Posted by - August 20, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ) ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ…