ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଚାଷୀ ମାନଙ୍କ ଧାରଣା

270 0

ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଆଜି ସକାଳ ୮ ଟାରୁ ଚାଷୀ ମନେ ଧାରଣା ଦେବା ଦେଖିବାକୁ ମିଳିଥିଲା । ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷୀତିପୁରଣ ରାଶି ମିଳିବାକୁ ନେଇ ଚାଷୀ ମନେ ଧାରଣା ଦେଇଥିବା ଜଣା ପଡ଼ିଛି ।ତେବେ ଅବିଳମ୍ବେ ସେମାନଙ୍କ ଜମାଖାତା କୁ ଟଙ୍କା ଯିବା ପାଇଁ ସେମାନେ ଦାବି ରଖିଥିବା ବେଳେ ସମବାୟ ସମିତି ଫାଟକରେ ତାଲା ପକାଇଥିଲେ । ଲଘୁଚାପ ପାଇଁ ସୃଷ୍ଟି ହୋଇଥିବା ବର୍ଷାକୁ ଖାତିରି ନକରି ଖୋଲା ଆକାଶ ତଳେ ଚାଷୀମାନେ ଧାରଣାରେ ବସିଥିଥିବା ଦେଖିବାକୁ ମିଳିଥିଲା ।

ତେବେ ଘଟଣା ସମ୍ପର୍କରେ ଜାଣିବାପରେ ପ୍ରଥମେ ବିଂଝାରପୁର ଥାନା ଅଧିକାରୀ ନିରଂଜନ ସାବର ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିଥିଲେ ବି ଚାଷୀମାନେ ଧାରଣା ରୁ ଉଠି ନଥିଲେ । ପରେ ଘଟଣା ସ୍ଥଳରେ ତହସିଲଦାର,sdpo ଓ ମଙ୍ଗଳପୁର ଥାନା ଅଧିକାରୀ ଅସିତ ମହାନ୍ତି ପହଞ୍ଚି ଚାଷୀ ମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନର ବାଟ ଫିଟୁ ନ ଥିବାରୁ ପ୍ରଶାସନ ସିଂହପୁର ସମବାୟ ସମିତି କାର୍ଯ୍ୟଳୟକୁ ତାଲା ଭାଙ୍ଗିକି ଅଫିସ ଷ୍ଟାଫକୁ ବାହାର କରିଲେ କିନ୍ତୁ ଚାଷୀ ମାନେ ଏ ପର୍ଯ୍ୟନ୍ତ ଧାରଣାରୁ ଉଠି ନଥିବା ସୂଚନା । ତେବେ ଦେଖିବାକୁ ବାକି ରହିଲା ଚାଷୀମାନଙ୍କ ର ଏହି ଆନ୍ଦୋଳନ କଣ ମୋଡ଼ ନେଉଛି ।

 

Related Post

ଜାତୀୟ ପତାକାକୁ ଅସମ୍ମାନ

Posted by - August 15, 2021 0
ସୋନପୁର: :(ଅଜିତ୍ କୁମାର ପୁଝାରୀ)ଜାତୀୟ ପତାକାକୁ ଅସମ୍ମାନ । ପତାକାକୁ ଉତ୍ତୋଳନ ନକରି ତଳେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭିଡିଓ ଏବେ…

ଆମପାଣି ପଞ୍ଚାୟତ ର ଟିର୍ଲିଆମ ଗ୍ରାମରେ ବ୍ୟାପିଛି ଝାଡ଼ା ବାନ୍ତି ରୋଗ :ପହଞ୍ଚିଲେ ସ୍ଵାସ୍ଥ୍ୟ ଓ ପରିମଲ ବିଭାଗ କର୍ମଚାରୀ

Posted by - August 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଟିର୍ଲିଆମ ଗ୍ରାମରେ…

ଆସନ୍ତା ରବିବାର ଦିନ ବାଲିବନ୍ଧା ରେ  ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଆସନ୍ତା ରବିବାର ଦିନ ବାଲିବନ୍ଧା ରେ ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ।ସୂଚନା ଦେଲେ ଉପ କମିଶନର ମହାନଗର ନିଗମ।ସମଲେଇ ଯୋଜନାରେ କମଲିବଜାର…

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

ରାଜ୍ୟରେ ୩୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଠାରେ କୌଣସି କରୋନା ଲକ୍ଷଣ ନାହିଁ,

Posted by - April 11, 2020 0
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ…