ଜିଲ୍ଲାରେ ଚଳିତ ବର୍ଷ ପୀଠ ମାନଙ୍କରେ ଗଣେଷ ପୂଜା ବନ୍ଦ ରହିବ: ଯାଜପୁର ଜିଲ୍ଲାପାଳ

911 0

ଯାଜପୁର ଅଫିସ : ୧୨/୦୮ ଚଳିତ ବର୍ଷ କରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମଣ୍ଡପ ମାନଙ୍କରେ ହେଉଥିବା ଗଣେଷପୂଜା ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏ ସଂପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ପରାମର୍ଶ ଦାତାଙ୍କ ସହ ଆଲୋଚନା ଏବଂ ସେମାନଙ୍କର ସାର୍ବଜନୀନ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନ ସବୁଠାରୁ ମୂଲ୍ୟବାନ । ସଂପ୍ରତ୍ତି ସାମାଜିକ ଦୂରତା ଓ କରୋନା ପ୍ରଭାବ ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ସାମାଜିକ ଉତ୍ସବ ଭାବେ ଗଣେଷ ପୂଜା ପାଳନ କରିବା ଶୁଭଙ୍କର ହେବ ନାହିଁ ।

ଯାହା ଫଳରେ କରୋନା ଅଧିକ ବ୍ୟାପିବାର ସମ୍ଭାବନା ଥିବାରୁ ଚଳିତ ଗଣେଷ ପୂଜାକୁ ବନ୍ଦ ରଖାଯିବା ସହ ଯେଉଁମାନେ ଘରେ ପୂଜା କରିବାକୁ ଚାହୁଁଛନ୍ତି ଉପଯୁକ୍ତ ସାମାଜିକ ଦୂରତା ସହ ପୂଜା କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀଦାସ କହିଛନ୍ତି । ବିଗତ ମାର୍ଚ୍ଚ ମାସ ଠାରୁ ଆମେ ଅନେକ କଠିନ ସମୟ ଦେଇ ଗତି କରୁଛନ୍ତି । ଜିଲ୍ଲାବାସୀ କରୋନାର ସମସ୍ତ କାର୍ଯ୍ୟରେ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ସହଯୋଗ ଜାରି ରଖିବେ । ତେଣୁ କରୋନାର ଏହି କଠୋର ସମୟରେ ଆମେ ସମବଦ୍ଧ ହୋଇ ମାର୍ଗଦର୍ଶିକା ଅନୁପାଳନ କରିବା ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Related Post

୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ.୨୦୨୧ ପାଳିତ

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୧ ପାଳିତ l ବୌଦ୍ଧ ୬୭ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ 2021 ବୌଦ୍ଧ ଜିଲ୍ଲା…

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜିତ ଦାସଙ୍କ ପରଲୋକ

Posted by - February 5, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ପୂର୍ବତନ ବାୟୁସେନା ର ଅପ୍ରତିଦ୍ବନ୍ଦି ଯୋଦ୍ଧା ତଥା ପୂର୍ବତନ ବିଧାୟକ ଅଜିତ…

ଧର୍ମଗଡ଼ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ

Posted by - September 6, 2022 0
ଧର୍ମଗଡ଼:ତା ୫/୯(ହେମନ୍ତ କୁମାର ମାଝୀ) ସମାଜ ଗଠନରେ ଜଣେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଭ୍ୟ ସମାଜ ହିଁ ସଭ୍ୟ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ସଭ୍ୟ ସମାଜ…

ଉତ୍କଳ ସାହିିତ୍ଯ ସଂସଦ ତରଫରୁ ୧୮୦ତମ ଫକୀର ମୋହନ ଜୟନ୍ତୀ ପାଳିତ

Posted by - January 16, 2022 0
ମାଲକାନଗିରି:ମାଲକାନଗିରି ସ୍ଥିତ ମାଲ୍ଯବନ୍ତ ଛାତ୍ରାବାସ ଠାରେ ଉତ୍କଳ ସାହିତ୍ଯ ସଂସଦ ତରଫରୁ ୧୮୦ତମ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି I…