ନୀଳଗିରି ସହର ରେ ପ୍ରଥମ କରୋନା ମୃତ୍ୟୁ,ସହର କୁ ସମସ୍ତ ପ୍ରବେଶ ପଥ ସିଲ୍

333 0

ନୀଳଗିରି:(ସୌମ୍ୟାସାଇ ବାରିକ୍)ବିଶ୍ଵ ବ୍ୟାପି ଭୟଙ୍କର କରୋନା ଭୁତାଣୁ ର ସଂକ୍ରମଣ ମାନବ ସମାଜ ର ଅସ୍ତିତ୍ୱ କୁ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିନକୁ ଦିନ ଆରୋଗ୍ୟ ହାର ଯେଉଁ ପରିମାଣ ରେ ବୃଦ୍ଧି ହେଉଛି ମୃତ୍ୟୁ ର ହାର ମଧ୍ଯ କିଛି କମ ନୁହଁ।ଠିକ୍ ଏହି ସମୟରେ ନୀଳଗିରି ସହର ର ଜଣେ(୫୮) ବର୍ଷ ବୟସ୍କ ଙ୍କ ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ପରିସ୍ଥିତି କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ନୀଳଗିରି ସହର କୁ ଆସୁଥିବା ସମସ୍ତ ପ୍ରବେଶ ପଥ କୁ ସିଲ୍ କରା ଯାଇଛି।

ଏହି ମୃତ୍ୟୁ ନୀଳଗିରି ସହର ର କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିବାରୁ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରା ଯାଉଚି ବୋଲି ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ କହିଛନ୍ତି।ଏଠାରେ ସୂଚନା ଯୋଗ୍ୟ ନୀଳଗିରି ତଥା ଆଖପାଖ ଅଞ୍ଚଳ ସଂକ୍ରମଣ ବଢ଼ୁଥିବାରୁ ଆଗାମୀ ମଙ୍ଗବାର ସକାଳ ୬ ଟା ପର୍ଯ୍ୟନ୍ତ ନୀଳଗିରି ସହର କୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଥିଲା। କରୋନା ଜନିତ ପ୍ରଥମ ମୃତ୍ୟୁ ନୀଳଗିରି ବାସୀ ଙ୍କୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲି ଦେଇ ଥିବା କୁହା ଯାଉଛି।

Related Post

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 345
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…

ଗଜପତି ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ,ଅକ୍ରାନ୍ତଙ୍କ ସଂଖ୍ୟା ମୋଟ ୬୧

Posted by - June 6, 2020 0
ଗଜପତି-(ପାରଳାଖେମୁଣ୍ଡି):- ଗଜପତି ଜିଲ୍ଲାରେ ଆଉ ୧୦ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦…

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବାଅଭିଯୋଗ

Posted by - October 27, 2020 0
ଭୁବନେଶ୍ବର – ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ହେଉଛି l ଏଠି ବିନା ପାଉଣାରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ…

ଅନୁଗୁଳରେ ବେକାବୁ ହେଉଛି କରୋନା: ୯ ପଞ୍ଚାୟତ ସଟଡାଉନ,ଜିଲ୍ଲାପାଳଙ୍କ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ

Posted by - July 16, 2020 209
ଅନୁଗୁଳ:( ମହେଶ ଭୋମରାଜ) ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହୋଇ ଚାଲିଛି । ପ୍ରତ୍ୟେକ ଦିନ କିଛି ନା କିଛି ରୋଗୀ ଚିହ୍ନଟ ହେଉଛନ୍ତି…

‘ଓଡ଼ିଶାରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି:- ନିର୍ଦ୍ଦେଶକ ଜୀବ ବିଜ୍ଞାନ ପ୍ରତିଷ୍ଠାନ,ପଢନ୍ତୁ ଏ ରିପୋର୍ଟ

Posted by - May 22, 2020 2
ଭୁବନେଶ୍ବର :ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ତାହାର ପ୍ରାୟ ୮୦ ପ୍ରତିଶତ ମାତ୍ର ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ,…