Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚଳିତ ସ୍ୱାଧୀନତା ଦିବସକୁ ସରକାରୀ ମାର୍ଗଦର୍ଶିକା ଆଧାରରେ ପାଳନ କରାଯିବ: ଯାଜପୁର ଜିଲ୍ଲାପାଳ

381 0

ଯାଜପୁର ଅଫିସ: ତା ୬ା୮ : ସ୍ୱାଧୀନତା ଦିବସ ଦେଶ ଓ ଜାତି ପାଇଁ ଏକ ଗୈାରବର ପ୍ରତୀକ । ଏହାକୁ ପ୍ରତ୍ୟେକ ବର୍ଷ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷର ସ୍ୱାଧୀନତା ଦିବସକୁ କୋଭିଡ ସଂପର୍କରେ ସରକାରଙ୍କର ମାର୍ଗଦର୍ଶିକା ଆଧାରରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ସର୍ବ ସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ଚଳିତ ସ୍ୱାଧୀନତା ଦିବସର ଆନୁଷ୍ଠାନିକ ଉତ୍ସବ ଯାଜପୁର ଜିଲ୍ଲା ସ୍କୁଲ ପଡିଆ ବା ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି କହିଥିଲେ । ଚଳିତ ବର୍ଷ ସରକାରଙ୍କର ମାର୍ଗଦର୍ଶିକାକୁ ଅନୁପାଳନ କରି କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ଓ ଲୋକ ମାନଙ୍କର ଉପସ୍ଥିତିକୁ କମ୍ କରାଯିବ । ପ୍ୟାରେଡ୍‌ରେ କେବଳ ସୁରକ୍ଷା ବାହିନୀ ସାମିଲ ହେବେ । ପୋଲିସ ବ୍ୟାଣ୍ଡ ମାଧ୍ୟମରେ ଜାତୀୟ ସଂଗୀତ ପରିବେଷଣ କରାଯିବ ।

କୈାଣସି ପ୍ରତିଯୋଗିତା, ସମ୍ୱର୍ଦ୍ଧନା, ପୁରସ୍କାର ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଳାଶ୍ରମ, କୁଷ୍ଠାଶ୍ରମ ଓ ଜେଲ୍‌ର ଅନ୍ତେବାସୀ କିମ୍ୱା ଡାକ୍ତରଖାନାର ରୋଗୀ ମାନଙ୍କୁ ମିଷ୍ଟାନ୍ନ, ପଂଳ ବଣ୍ଟନ ଇତ୍ୟାଦି କରାଯିବ ନାହିଁ ବୋଲି ଜିଲ୍ଳ୍‌ାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି । ଜିଲ୍ଳ୍‌ା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା କୋଭିଡ ପାଇଁ କେବଳ ସୁରକ୍ଷା ବାହିନୀର ପ୍ୟାରେଡ କରାଯିବା ସହ ଊତ୍ସବରେ ସାମିଲ ପାଇଁ କୋଭିଡ ଯୋଦ୍ଧା ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି କହିଥିଲେ । ସର୍ବ ସମ୍ମତି ନିଷ୍ପତ୍ତି ଅନୁଯାୟୀ ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟରେ ଲୋକ ସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ. ୭.୩୦ ମିନିଟ୍ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ, ଶିଳ୍ପାନୁଷ୍ଠାନ ଇତ୍ୟାଦି ମାନଙ୍କରେ ଜାତୀଂୟ ପତାକା ଉତ୍ତୋଳନ କରାଯିବ ।

ପୂର୍ବାହ୍ନ ୯ ଘଟିକାରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଗାନ୍ଧି ଚ୍ଥକ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ମାଲ୍ୟାର୍ପଣରେ କମ୍ ସଂଖ୍ୟକ ଲୋକ ଯୋଗ ଦେବେ । ପୂର୍ବାହ୍ନ ଘ. ୯.୧୫ ମିନିଟ୍ ସମୟରେ ଜାତୀୟ ଦିବସର ମୁଖ୍ୟ ଅତିଥି ଜିଲ୍ଲା ପଡିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ, ଅଭିଭାଷଣ ପ୍ରଦାନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ସର୍କିଟ ହାଉସ ପରିସରରେ ବୃକ୍ଷ ରୋପଣ କରାଯିବ । ସଂଧ୍ୟାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ଆଲୋକରେ ସଜ୍ଜିତ କରାଯିବ । ସାଧାରଣ ଲୋକମାନେ ମଧ୍ୟ ନିଜସ୍ୱ ଗୃହରେ ସ୍ୱାଧୀନତା ଦିବସ ପାଳନ ସହ ସଂଧ୍ୟାରେ ଆଲୋକ ସଜ୍ଜା କରିବାକୁ ଜିଲ୍ଳ୍‌ାପାଳ ଅନୁରୋଧ କରିଚ୍ଥନ୍ତି । ତେବେ ଏ ସମସ୍ତ କାର୍ଯ୍ୟକ୍ରମରେ ଲୋକମାନଙ୍କର ଉପସ୍ଥିତି କମ୍ ରହିବ । ବିଶେଷ କରି ଶିଶୁ ଓ ବରିଷ୍ଠ ନାଗରିକ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆଦୈା ଏହି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର , ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପୋଲିସ ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି, ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଡି.ଏସ୍‌.ପି. ପି.କେ. ମିଶ୍ର, ଜିଲ୍ଲାଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଯାଜପୁର ଥାନା ଏସ୍‌.ଆଇ. ମାନସ ଚକ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ । ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ, କାର୍ଯ୍ୟସୂଚୀ ଅନୁସାରେ ବିବରଣୀ ପାଠ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ କୋଭିଡ ଯୋଦ୍ଧା ମାନଙ୍କ ବମ୍ମାନାର୍ଥେ ସମସ୍ତେ ଦଣ୍ଡାୟମାନ ହୋଇ ନୀରବ ପ୍ରାର୍ଥନା କରିଥିଲେ ।

Related Post

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ସଦ ଭାବନା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ

Posted by - August 21, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ…

ମନମୁଣ୍ଡାରେ “ସ୍ଵଚ୍ଛତା ହିଁ ସେବା” କାର୍ଯକ୍ରମ ଅନୁଷ୍ଠିତ

Posted by - September 24, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସଭା କକ୍ଷରେ ସରପଞ୍ଚ ରଞ୍ଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ “ସ୍ଵଚ୍ଛତା…

ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ, ଦୁଇଦିନ ପରେବୁଦାମୁଳୁ ମୃତ ଶରୀର ଉଦ୍ଧାର

Posted by - September 21, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକ ମୃତ ହୋଇଥିବା…

ଉଢୁରା ବିଦ୍ୟାଳୟରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଓ ନୂତନ ପରିଚାଳନା କମିଟି ଗଠନ

Posted by - April 23, 2022 0
ବେଲଗୁଣ୍ଠା : (ସୁଶାନ୍ତ କୁମାର ବେହର।) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପ୍ରକଳ୍ପ ଉଚ୍ଚ…

ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀ ମୃତ,ଦେଢ଼ଘଣ୍ଟା କାଳ ୫୭ନଂ ଜାତୀୟ ରାଜପଥ ଅବରୋଧ

Posted by - February 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ରେ ସାଇକେଲ ଆରୋହୀ କୁ ଧକ୍କା ଦେଇ ଫେରାର ହୋଇଥିଲା ଆମ୍ବୁଲାନ୍ସ!ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀର…