Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ରାସ୍ତାକାମକୁ ନେଇ ସଙ୍ଘର୍ଷ,ରକ୍ତ ମୁଖା ହେଲେ ଦୁଇ ଗୋଷ୍ଠୀ

264 0

ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବରମଳିହା ଗ୍ରାମରେ ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇ ଉଭୟ ଗୋଷ୍ଠୀର ୫ଜଣ ଆହାତ ହୋଇଛନ୍ତି । କିଛି ଦିନ ପୂର୍ବେ ସରକାରଙ୍କ ପକ୍ଷରୁ ଗ୍ରାମକୁ ଏନ୍.ଆର୍.ଇ.ଜି.ଏସ୍ ମାଧ୍ୟମରେ ରାସ୍ତା କାମ ପାଇଁ ଟଙ୍କା ଆସିଥିଲା । ଗ୍ରାମବାସୀମାନେ ଏହି କାମକୁ ମିଳିମିଶି ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ କାମ ପାଇଁ ଆସିଥିବା ଟଙ୍କାର ହିସାବ କିତାବ ହୋଇନଥିଲା । ଏହାକୁ ନେଇ ଗ୍ରାମର ଋଷଭ ନାଏକ ଆଜି ଅପରାହ୍ନରେ ଗ୍ରାମ ମଧ୍ୟରେ ଗ୍ରାମର ମାନସ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଗ୍ରାମର ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତ୍ କ୍ଷିପ୍ତ ହୋଇ ମାନସର ଭାଇ ଗିରିଶ ଏକ ଟାଙ୍ଗିଆରେ ଋଷଭଙ୍କୁ ଆକ୍ରମଣ କରିଥିଲା । ଗଣ୍ଡଗୋଳ ବନ୍ଦ କରିବା ପାଇଁ ଯାଇଥିବା ଋଷଭଙ୍କ ସ୍ତ୍ରୀ କାଞ୍ଚନ ମଧ୍ୟ ଟାଙ୍ଗିଆ ଚୋଟରେ ଆହାତ ହୋଇଛନ୍ତି । ଅପରପକ୍ଷରେ ଋଷଭ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅର ଆକ୍ରମଣରେ ଗିରିଶ ଆହାତ ହୋଇଛନ୍ତି । ଉଭୟଙ୍କ ପରିବାର ଆହାତ ମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତି କରିଛନ୍ତି । ଋଷଭଙ୍କ ପିଠିରେ ଟାଙ୍ଗିଆ ଚୋଟ ବସିଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ହାତ ଭାଙ୍ଗିଯାଇଛି । ମାନସର ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ଋଷଭ ଓ ତାଙ୍କ ସ୍ତ୍ରୀଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Related Post

ଚିତ୍ରକୋଣ୍ଡା ରେ ୫୩ ଏକର ଗଞ୍ଜେଇ ଗଛ କରାଗଲା ନଷ୍ଟ

Posted by - November 26, 2021 0
ମାଥିଲି:(ଅବଦୁଲ ଗନି)ଗତ ଗୁରୁବାର ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଫୁଲପଦାର ଓ ଖିଲଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ୫୩…

ମହିଳା ଙ୍କୁ ବ୍ଳେଡ୍ ରେ ଆକ୍ରମଣ ଘଟଣା:ତିନି ଗିରଫ, ଲୁଟ୍ ସୁନା ସହିତ ବ୍ଳେଡ୍ ଓ ସ୍କୁଟି ଜବତ

Posted by - October 28, 2021 0
ବେଲଗୁଣ୍ଠା୨୭/୧୦:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଗ୍ରାମର ଜଣେ ମହିଳାଙ୍କୁ ବ୍ଳେଡ୍ ରେ ଆକ୍ରମଣ କରି ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କରିଛି ବେଲଗୁଣ୍ଠା ପୋଲିସ…

ବିଭତ୍ସ ହତ୍ୟାକାଣ୍ଡ,ଗାଁ ଦାଣ୍ଡରେ କାଠ ଫାଳିଆ ଓ ଠେଙ୍ଗା ରେ ପିଟି ପିଟି ହତ୍ୟା କଲେ କକା ଶ୍ୱଶୁର ଓ ୨ ଶଳା.

Posted by - December 25, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା…

ଅପହରଣ ହୋଇଥିବା ନାବାଳିକା କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - November 23, 2022 0
ଖପ୍ରାଖୋଲ :୨୩/୧୧( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗ୍ରାମରୁ ଜଣେ ନାବାଳିକା କୁ ଦଶ ଦିନ ପୂର୍ବରୁ ଅପହରଣ କରିନେଇଥିବା…

Leave a comment

Your email address will not be published.