ଆର୍ଥିକ ସହାୟତା ଓ ରେସନ୍ ସାମଗ୍ରୀ ରେ ମହା ଘୋଟାଲା,ନୀଳଗିରି ବିଧାୟକ ଆଣିଲେ ଗୁରୁତର ଅଭିଯୋଗ।

846 37

ନୀଳଗିରି:(ସୌମ୍ୟା ସାଇ ବାରିକ୍) ନୀଳଗିରି ବିଧାୟକ ଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ Covid-19 ଆର୍ଥିକ ସହାୟତା ଓ ରେସନ୍ ସାମଗ୍ରୀ ବିତରଣ ରେ ମହା ଘୋଟାଲା ହୋଇଥିବା ଅଭିଯୋଗ ବାଢିଛନ୍ତି। ବିଧାୟକ ଙ୍କ ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ରିଟେଲର ମିଳିତ ଭାବେ ଏହି ଘୋଟାଲା କରିଥିବା କହିଛନ୍ତି। ଯେପରିକି ରିଟେଲର ବାଞ୍ଛାନିଧି ବାରିକ ଏଫ୍. ପି. ଏସ୍. ନମ୍ଵର୍- ୦୨୦୭ପି.୦୫୨ ,ବାଣ୍ଠିଆ ପଡା ଗାଆଁ ର ମୃତ ଚମ୍ପାମଣି ସିଂ ,କାର୍ଡ ନମ୍ଵର୍ – ୦୨୦୭୨୨୧୧୦୬୭, ନୂଆ ସାହି ଗ୍ରାମ ର ମୃତ ଗୁରୁବାରି ମଢ଼େଇ କାର୍ଡ ନମ୍ଵର୍ – ୦୨୦୭୨୨୧୧୧୯୮ ଙ୍କ ରେସନ୍ ସମାଗ୍ରୀ ଓ ସହାୟତା ରାଶି କୁ ହଡ଼ପ କରିଥିବା ପ୍ରକାଶ କରିଛନ୍ତି। ସେହି ପରି ଅନ୍ୟ ତିନିଜଣ ରିଟେଲର ଙ୍କ ରେସନ୍ ସାମଗ୍ରୀ ଓ ଆର୍ଥିକ ସହାୟତା ରାଶି ବଣ୍ଟନ ପାଇଁ ରିଟେଲର ଶ୍ରୀ ବାରିକ ଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଯେଉଁଥି ପାଇଁ ସେ ମାସିକ ୫ ହଜାର ଲିଟର କିରୋସିନ୍ ଉଠାଉଥିବା ବେଳେ, ସେଥିରୁ ପ୍ରାୟତଃ ୩ ହଜାର ଲିଟର୍ କିରୋସିନ୍ କଳା ବଜାର୍ ରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ଏହି ପଞ୍ଚାୟତର ପ୍ରାୟତଃ ଅଧିବାସୀ ଆଦିବାସୀ ହରିଜନ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ର ଅଜ୍ଞତା ଯୋଗୁଁ ଏ ଭଳି ଘୋଟାଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅc୭, ୦୨୦୭୨୨୧୧୧୯୧ ଙ୍କ ରେସନ୍ ସାମଗ୍ରୀ ଓ ସହାୟତା ରାଶି ତାଙ୍କ ନାମରେ ବଣ୍ଟନ କରା ଯାଇଅଛି । ସେହିପରି ଗଡ଼ି ସିଂ, ପ୍ରଭାତୀ ସିଂ ଯଥା କ୍ରମେ କାର୍ଡ ନମ୍ବର – ୦୨୦୭୨୨୧୨୭୯, ୦୨୦୭୨୨୧୨୬୬ ବହୁ ଦିନରୁ ମରି ଯାଇଥିଲେ ମଧ୍ୟ ତାଙ୍କ ନାମରେ ରେସନ୍ ସାମଗ୍ରୀ ଓ ସହାୟତା ରାଶି ବଣ୍ଟନ କରା ଯାଇଛି।
ଏହି ମହା ଘୋଟାଲା ସମ୍ପର୍କରେ ବିଧାୟକ ଶ୍ରୀ ନାୟକ, ବାଲେଶ୍ଵର ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳ, ସି. ଏସ୍. ଓ., ବାଲେଶ୍ଵର ଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟକୁ ଲିଖିତ ଭାବେ ଏକ ସ୍ମାରକ ପତ୍ର ପଠାଇଛନ୍ତି। ଏ ସମ୍ପର୍କରେ ତୁରନ୍ତ ଅନୁସନ୍ଧାନ କରି ଏଭଲି ମୃତ ବ୍ୟକ୍ତି ଙ୍କ ନାମରେ ରେସନ୍ ସାମଗ୍ରୀ ଓ ଆର୍ଥିକ ସହାୟତା ରାଶି ହଡପ୍ କରିଥିବା ଅଧିକାରୀ ଙ୍କ ବିରୁଦ୍ଧ ରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାପାଇଁ ବିଧାୟକ ଶ୍ରୀ ନାୟକ ଦୃଢ଼ ଦାବୀ କରିଛନ୍ତି।

Related Post

ସମାଜସେବୀ ବିନ୍ଦୁ ମହାନନ୍ଦ ନିର୍ଦ୍ଵନ୍ଦରେ ନିର୍ବାଚିତ

Posted by - January 28, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର୍ ଧରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ଯ ନିଜ ନିଜ…

ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା:,ଏମାନେ ହୋଇପାରନ୍ତି ମନ୍ତ୍ରୀ

Posted by - May 25, 2019 332
୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର…

ଗୁହାଳୀ ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ରୋନାଲି ବିଶ୍ୱାଳଙ୍କ ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ଗୁହାଳୀ ପଂଚାୟତ ରେ ସରପଂଚ ପ୍ରାର୍ଥୀ ଭାବେ ରୋନାଲି ବିଶ୍ୱାଳ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…

ପାଞ୍ଚଟି ଭାଷା ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ

Posted by - June 24, 2019 0
ଓଡିଶାର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ପ୍ରତାପ ୫ଟି ଭାଷାରେ ଧନ୍ୟବାଦ…

ବଙ୍ଗୋମୁଣ୍ଡା ବ୍ଲକ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

Posted by - December 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତତୁରେକେଲା ପଞ୍ଚାୟତକୁଟ୍ରା ବେଡା ଖେଳ ପାଡ଼ିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

Leave a comment

Your email address will not be published.