Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଶାରଦା ପାଟନାଳି ପୁର୍ନଃଉଦ୍ଧାର କାମରେ ଅନିୟମିତତା

419 0

ଯାଜପୁର: ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଅଲିପୁର ପଂଚାୟତ ଓ ବାଲିବିଲ ପଂଚାୟତର କେଁକରଡା ଠାରେ ପାଟନାଳି ପୁର୍ନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଲିପୁରର ଶାରଦା ପାଟ ନାଳି ଓ ବାଲିବିଲର ପଲ୍ଲିଶ୍ରୀ ନାଳି ପୁର୍ନଃଉଦ୍ଧାର ପାଇଁ ମୋଟ ୮ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ଠିକାଦାର ଜରିଆରେ ଖନନ କାମ ଚାଲିଛି । ଶାରଦା ପାଟ ନାଳି ୧.୫ କି.ମି ଖନନ କରିବାକୁ ଥିଲାବେଳେ ପଲ୍ଲିଶ୍ରୀ ନାଳ ୧୨ ଶହ ମିଟର ଖନନ ହେବ ବୋଲି ସୂଚନା ମିଳିଛି । ଗଭୀର ୩ ଫୁଟ , ଚଉଡା ୩ ମିଟର ରହିବାର ନିୟମ ରହିଛି । ଏ ନେଇ ଠିକାଦାର ସୂଚନାଫଳକ କାର୍ଯ୍ୟସ୍ଥଳିରେ ଲଗାଇ ନାହିଁ । ଯାହାଫଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କାମରେ ଅନିୟମିତତା ନେଇ ସ୍ଥାନୀୟ ଅଂଚଳର ଶତାଧିକ ଚାଷି ସରପଂଚ ପ୍ରମୁଖ ଅଭିଯୋଗ କରିଥିବା ଜଣାପଡିଛି ।

ଅଭିଯୋଗ ପାଇ ବିଭାଗୀୟ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଫେରିଥିଲାବେଳେ ବିଧାୟିକା ସୁନନ୍ଦା ଦାସ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି । ତେବେ ନିୟମ ଅନୁଯାୟୀ ଖନନ କରିବାକୁ ଠିକାଦାରକୁ ତାଗିଦ୍ କରାଯାଇଛି । ଅପରପକ୍ଷେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଖନନ ନାଁରେ ସରକାରୀ ଅର୍ଥ ଲୁଟି ନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ପାଟନାଳି ପୁର୍ନଃଉଦ୍ଧାର ହେଲେ ଦୁଇଟି ପଂଚାୟତର ଶତାଧିକ ଚାଷି ଉପକୃତ ହେବା ସହିତ ଚାଷ କ୍ଷେତ୍ରରେ ଜମି ରହୁଥିବା ପାଣି ନିଷ୍କାସନ ହୋଇପାରିବ ବୋଲି କୁହାଯାଇଛି । ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ଏଷ୍ଟମେଟ୍ ଅନୁଯାୟୀ କାମ ଚାଲିଛ, ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି । ତେବେ ପୋତି ହୋଇପଡୁଥିବା ପାଟନାଳି ପୁର୍ନଃଉଦ୍ଧାର ପାଇଁ ସାଧାରଣରେ ଦାବି କରାଯାଇଛି । ବରୀରେ ୧୦ ରୁ ଉର୍ଦ୍ଧ ପାଟନାଳି ପୋତି ହୋଇ ପଡିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Related Post

ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ପ୍ରେସ ଦିବସ ପାଳିତ 

Posted by - November 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ…

ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି:-ଯାଜପୁର ଏସପି

Posted by - April 12, 2021 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ )ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ ଯାଜପୁର ଏସପି ରାହୁଲ ପିଆର। ଗତକାଲି ଗିରଫ ହୋଇ କୋର୍ଟ…

ଅନଶନ କାରୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି 

Posted by - October 12, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଂଚାୟତରେ ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ଜାରି ରହିଛି ଗ୍ରାମବାସୀଙ୍କ ଅନଶନ ।ଦୁର୍ନିତିର ତଦନ୍ତ ସହିତ ଦୁର୍ନିତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅନଶନରେ ବସିଛନ୍ତି ଗ୍ରାମବାସୀ ଏହି ଆମରଣ ଅନଶନକାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ । ବାଙ୍ଗରା ରେ  ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଂଜନ ଜେନା ଙ୍କୁ ଅସୁସ୍ଥ ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଜିଲା ପ୍ରଶାସନର ଦୁର୍ନିତିର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ

Posted by - November 14, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାମୀ ଉଦୟାନନ୍ଦ ପର୍ବତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ, ଭାଲୁ ଆକ୍ରମଣରେ ନନ୍ଦନ କାନନ୍ ଗାଇଡ ଆହତ

Posted by - October 27, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଭାଲୁ ଆକ୍ରମଣରେ ନନ୍ଦନ କାନନ୍ ଗାଇଡ ଟୁଲୁ ବେହେରା ଆହତ । ଅପରାହ୍ନ ସମୟରେ ସଫାରୀ ବସ ରେ…

Leave a comment

Your email address will not be published.