ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ

333 0

ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା-ଅନୁଗୋଳ ରାସ୍ତାର କଙ୍କରେଇ ନିକଟରେ ଏକ ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ଗୁରୁତର ହୋଇଛି । ଏହା ସହ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଛେଣ୍ଡିପଦା ପଟରୁ ଏକ ସ୍କୋର୍ପିଓ ଗାଡି ଦ୍ରୁତ ଗତିରେ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ କଙ୍କରେଇ ନିକଟରେ ସ୍କୋରପିଓ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛତୁ ବିକୁଥିବା ତିନି ଜଣ ଶିଶୁଙ୍କ ଉପରେ ଚଢିଯିବା ସହ ଜଙ୍ଗଲ ଭିତରକୁନପଶି ଯାଇଥିଲା ।

ଘଟଣା ସ୍ଥଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଅନଗୁଳ ମୁଖ୍ୟ ଡାକ୍ତର ଖାନା ରେ ମୂର୍ତ୍ୟୁ ହୋଇଥିଲା ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛି । ଏହାସହ ଗାଡିଟି ଗଛରେ ବାଡେଇ ହୋଇଯିବା ଯୋଗୁଁ ଗାଡି ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛି । ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।

Related Post

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ରକ୍ତଦାନ ଶିବିର

Posted by - October 17, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ସଂଘର୍ଷ କମିଟି ବୈଠକ

Posted by - August 22, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ବଲାଙ୍ଗୀର- ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବଲାଙ୍ଗୀର ଜିଲ୍ଲାର ସଦସ୍ୟ, ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ…

ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ଦାବୀରେ ହରତାଳ

Posted by - March 30, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ଅଲ ଇଣ୍ଡିଆ ଟ୍ରେଡ଼ ୟୁନିୟନ କଂଗ୍ରେସର ଆହ୍ବାନକ୍ରମେ ସର୍ବ ଭାରତୀୟ ସ୍ତରରେ ଦୁଇ ଦିନିଆ ହରତାଳକୁ ସମର୍ଥନ ଜଣାଇ ଅଖିଳ ଭାରତ କିଷାନ ମଜଦୂର…

ଜୁରାବନ୍ଧ ହାଇସ୍କୁଲ ର ବାର୍ଷିକ ଉତ୍ସବ

Posted by - June 5, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ରେ ଥିବା ସରକାରୀ ଉନ୍ନିତ୍ତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବ

Posted by - October 26, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ…

Leave a comment

Your email address will not be published.