ବଡ଼ବିଲ:(ସୀତାରାମ ଦୀକ୍ଷିତ)ପୁଣି ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଝାଡ଼ଗାଁ ଅଂଚଳରେ ଗତ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି । ଏନେଇ ଗତକାଲି ସଂଧ୍ୟାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତ ଶନିବାର ପିଡ଼ୀତା ଶିଶୁକନ୍ୟା, ଅନ୍ୟ ପିଲାଙ୍କ ସହ ଘରପାଖରେ ରଜ ଦୋଳି ଖେଳୁଥିଲା ।
ଏହି ସମୟରେ ସଂପର୍କୀୟ ମାମୁଁ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ, ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ପିଡ଼ୀତା ଶିଶୁକନ୍ୟାର ଆଜି ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ୍ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ।