କେନ୍ଦୁଝର :(ସୀତାରାମ ଦୀକ୍ଷିତ)ମହାମାରୀ କରୋନା ସାରା ବିଶ୍ୱ କୁ ଘାରିଛି ଚୀନ ର ବୁହାନ ସହର ରୁ ଆଜି ସମ୍ପୂର୍ଣ ବିଶ୍ୱ ର ର ଅଧିକ ଦେଶକୁ କବଳିତ କରିଛି । ଏହା ପ୍ରତି ଦେଶ ପରି ଆମ ଭାରତ ର ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଅର୍ଥନୀତି ବ୍ୟବସ୍ଥା କୁ ଦୋହଲାଇ ଦେଇଛି । ଏହାର କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ସାମାଜିକ ଦୂରତା ଓ ମାସ୍କ ର ବ୍ୟବହାର ହିଂ ଏହାର ସଂକ୍ରମଣ କୁ ରୋକିବାର ଏକ ମାତ୍ର ଉପାୟ ସରକାର ଏଥିପାଇଁ ଲକଡାଉନ ଘୋଷଣା କରି ଥିଲେ, ଏଥିପାଇଁ ସବୁ କିଛି ବନ୍ଦ ରହିବା ଯୋଗୁଁ ବହୁ ଲୋକ ପ୍ରଭାବିତ ହେଲେ ସରକାର ମହାମାରୀ ରିଲିଫ ଯୋଜନାରେ ବହୁ ଲୋକଙ୍କୁ ସାହାଯ୍ୟ କଲେ ଏହା ସହ ବହୁ ସାମାଜିକ ସଙ୍ଘଠନ ବ୍ୟକ୍ତି ମଧ୍ୟ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇ ସହଯୋଗ ର ହାତ ବଢ଼ାଇ ଛନ୍ତି।
କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣୀ ପଞ୍ଚାୟତ ର ଅଞ୍ଚଳ ରେ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଆଗେଇ ଆସିଥିବାର ଦେଖି ବାକୁ ମିଳିଛି । ସ୍ଥାନୀୟ ବଜରଙ୍ଗ ଦଳ ର ପ୍ରତିନିଧି ସୌମ୍ୟ ପ୍ରକାଶ ସିଂହ ଓ ପିଣ୍ଟୁ ଜେନା ଙ୍କ ସହାୟତା ରେ ବହୁ ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ନିଜ ଖର୍ଚ୍ଚ ରେ ନିଜେ ମାସ୍କ ପ୍ରସ୍ତୁତି କରି ବାଣ୍ଟୁ ଛନ୍ତି । ଏହା ସହ ସ୍ଥାନୀୟ ବାଲଗୋଡା ସରପଞ୍ଚ ଙ୍କୁ ନିଜ ଅଂଚଳ ରେ ଏ ମହାମାରୀ ସମୟରେ ନିତ୍ୟନ୍ତ ଆବଶ୍ୟକ ଥିବା ରୁ ୫୦୦ ଶହ ମାସ୍କ ପ୍ରସ୍ତୁତି କରି ସାହାଯ୍ୟ କରିଛନ୍ତି।
ଏହା ସହ ସ୍ଥାନୀୟ ଲୋକଙ୍କୁ ମାସ୍କ ବାଣ୍ଟି ଥିଲେ ଗ୍ରୁପ ସଦସ୍ୟ ମାନେ ଓ ସଚେତନ କରାଇଥିଲେ। ବାଲଗୋଦା ସରପଞ୍ଚ ମଙ୍ଗଳ ମୁଣ୍ଡା ଏହି ଉଚ୍ଚକୋଟୀର ସହଯୋଗ ଓ ଉତ୍ସାହ ପାଇଁ ସମସ୍ତ ଗ୍ରୁପ ସଦସ୍ୟ ଓ ବଜରଙ୍ଗ ଦଳ କୁ ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ବଲାଣୀ ମାର୍କେଟ ର ମା ମଙ୍ଗଳା ଏସ. ଏଚ. ଜି ଗ୍ରୁପ ର ସଭାପତି ମାଣିକ ମହାନ୍ତ ସମ୍ପାଦିକା ସଂଜୁ ଲତା ମହାନ୍ତ, ସବିତା ମହାକୁଡ଼, ନିରୁପମା ମହାନ୍ତ, ଲଷ୍ମୀ ପୁଥାଲ ଙ୍କ ସହ ସୌମ୍ୟ ପ୍ରକାଶ ସିଂହ ,ଓ ପିଣ୍ଟୁ ଜେନା ଉପସ୍ଥିତ ଥିଲେ।