ନୀଳଗିରି:୧୨/୦୬(ସୌମ୍ୟାସାଇ ବାରିକ୍)ବର୍ଷ ଯାକ କୁଲଡିହା ହସ୍ତୀ ଅଭ୍ୟାରଣ୍ୟ ରେ ପଶି ଶିକାରୀ ମାନେ ବିଭିନ୍ନ ଜୀବ ଜନ୍ତୁ ଙ୍କୁ ଶିକାର କରିବା ଘଟଣା ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟି ଥାଏ । ତେବେ ଗତକାଲି ବନ ବିଭାଗର ସତର୍କ ଦୃଷ୍ଟି ଏଡ଼ାଇ କିଛି ଶିକାରୀ କୁଲଡିହା ଅଭୟାରଣ୍ୟ ମଧ୍ୟକୁ ଶିକାର ପାଇଁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ କୁଲଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ସୂଚନା ପାଇ ବନ ବିଭାଗ କର୍ମଚାରୀ ଙ୍କୁ ଶିକାରୀ ଙ୍କୁ ଧରିବା ପାଇଁ ଏକ ସ୍ଵତନ୍ତ୍ର ଟିମ୍ ତିଆରି କରି ଶିକାରୀ ଙ୍କୁ ପିଛା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ସଜନାଗଡ଼ ଫରେଷ୍ଟର, ଫରେଷ୍ଟ ଗାର୍ଡ, ସବୁଜ ବାହିନୀ କର୍ମଚାରୀ ଘନ ଜଙ୍ଗଲ ମଧ୍ୟରେ ପିଛା କରି ୪ ଶିକାରୀ ଙ୍କୁ ଗିରଫ୍ କରିବା ସହିତ ଗୋଟାଏ ହାତ ତିଆରି ଦେଶୀ ବନ୍ଧୁକ, ବାରୁଦ ଏବଂ ଅନ୍ୟାନ୍ୟ ଶିକାର ସରଞ୍ଜାମ ଜବଦ୍ କରିଥିଲେ।
ସୂଚନା ଅନୁଯାୟୀ ସମସ୍ତ ଶିକାରୀ ନୀଳଗିରି ବରହମପୁର ଥାନା ଅନ୍ତର୍ଗତ କେସିପୁର୍ ପଞ୍ଚାୟତ ର – ଭେଜିଗୋଠା ଗାଆଁ ର ରାମ ସିଂ (୪୦), ବୁଦ୍ଧୁଡାହି ଗାଆଁ ର ଜେନା ସିଂ (୨୮), ସୋମା ସିଂ ( ୨୫) ଓ ବଢେଇପଲା ଗାଆଁ ର ଗଣେଶ୍ଵର ସିଂ ( ୨୨) ଙ୍କୁ ବନ ବିଭାଗ କର୍ମଚାରୀ ଗିରଫ୍ କରିଥିଲେ। ଏ ନେଇ କୁଲଡିହା ବନ ବିଭାଗ ରେ ଏକ କେଶ୍ ରୁଜୁ ହେବା ସହିତ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଥା ରେଞ୍ଜର ଶ୍ରୀ ମହାପାତ୍ର କହିଛନ୍ତି।