କେନ୍ଦୁଝର :(ସୀତାରାମ ଦୀକ୍ଷିତ )ବନ୍ଦେ ଉତ୍କଳ ଜନୀନ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା । ରାଜ୍ୟ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ସେରେଣ୍ଡା ପଞ୍ଚାୟତର କେ. ବି . ହାଇ ସ୍କୁଲରେ ଅନୁଷ୍ଠିତ ହୋଇଥିଲା।ବନ୍ଦେ ଉତ୍କଳ ଜନୀନ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା।କେନ୍ଦୁଝର ଜିଲ୍ଲାର ସବୁଠାରେ ଗୁଞ୍ଜରଣ ହେଲା ବନ୍ଦେ ଉତ୍କଳ ଜନନୀର ସଙ୍ଗୀତ। କରୋନା ଯୋଦ୍ଧାଙ୍କ ମନବଳ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ପାଳନ କରିଛନ୍ତି ସାରା ଓଡିଶା ବାସୀ।କେବଳ ରାଜ୍ୟ ନୁହେଁ ରାଜ୍ୟ ଓ ଦେଶ ବାହାରେ ଥିବା ଓଡ଼ିଆମାନେ ମଧ୍ୟ ଗୀତଟିକୁ ଗାଇଛନ୍ତି ହୃଦୟର ସହ ।
କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ ପାଇଁ ରାଜ୍ୟ ବାହାରେ ତଥା ବିଦେଶରେ ଥିବା ସବୁ ଓଡ଼ିଆ ସମୂହ ଗାନ ପାଇଁ ଅନୁରୋଧ କରାଯାଇଥିଲା ଓଡ଼ିଆ ଭାଇଭଉଣୀମାନେ ଯେଉଁଠି ବି ଥାଆନ୍ତୁ, ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଥିଲା ଏହି କ୍ରମରେ ବାଦ ପଡିନାହାନ୍ତି ୫.୩୦ରୁ ଆରମ୍ଭ ହୋଇଥିଲା ବନ୍ଦେ ଉତ୍କଳ ଜନନୀ ଗାୟନ ।ଯେହେତୁ କରୋନା ଲଢେଇରେ ଗଣମାଧ୍ୟମ ବି ଏକ ଯୋଦ୍ଧା ଭାବେ କାର୍ଯ୍ୟ କରୁଛି ତେଣୁ ପ୍ରତିଟି ଗଣମାଧ୍ୟମ ପ୍ରତିନିଧି ଓ ସଂସ୍ଥା ମାନଙ୍କୁ ଏହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ ସମ୍ମାନ ଜଣାଇଥିଲେ କେ.ବି.ହାଇ ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀ ଆଶାକର୍ମୀ,ଅଙ୍ଗନବାଡି କର୍ମୀ,ଜିଲ୍ଲା ପରିଷଦ ସଦସ୍ୟା, ସରପଞ୍ଚ, ପୂର୍ବତନ ସରପଞ୍ଚ,ଏନେମେ,ସୁଇପର,ରୋଷେଇଆ ଉପସ୍ଥିତ ରହି ଥିଲେ।