ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍ ହୋଇଯାଇଛି।ନବ ବିଜେଡ଼ିରେ ଯୋଗ ଦେବାର ଏକ ପ୍ରକାର ଚୁଡ଼ାନ୍ତ ହୋଇ ଯାଇଛି। ଆସନ୍ତା ୨୪ ତାରିଖ ଦିନ ଏଥି ପାଇଁ ଦିନ ଧାର୍ଯ୍ୟ ହୋଇ ସାରିଛି । ମୁଖ୍ୟମନ୍ତ୍ରୀ ଏହି ଦିନ ଝାରସୁଗୁଡ଼ା ଆସି ଅମଲିପାଲି ଠାରେ ଏକ ସଭାରେ ଉଦବୋଧନ ଦେବା ସହିତ ନବଙ୍କୁ ଦଳରେ ସାମିଲ ହୋଇଥିବା ନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ୨୪ ତାରିଖ ବିଜେଡ଼ିରେ ଯୋଗ ଦେବା ନେଇ ନବଙ୍କ ମତାବତ ନେବାରୁ ସେ ଏହାକୁ ସ୍ବୀକାର କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସୂଚନା ମଧ୍ୟ ଦେଇଥିଲେ। ତେବେ ସେ କଂଗ୍ରେସ ଦଳ ଛାଡ଼ି କାହିଁକି ବିଜେଡ଼ିରେ ଯୋଗ ଦେଉଛନ୍ତି ବୋଲି ପଚାରିବାରୁ ସେ କହିଲେ ଯେ, ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି । ତେବେ କଂଗ୍ରେସ ଦଳରେ ମୋର କୌଣସି ମତାନ୍ତର କିମ୍ବା ମନାନ୍ତର ନାହିଁ।
