ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟରେ ମହାମାରୀ କ ରୋନା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ସଟ ଡାଉନ ଓ ଲକଡାଉନ ପରେ କଣ୍ଟେଣ୍ଟମେଣ୍ଟ ଏରିଆ ବରୀକୁ ଯାଜପୁର ପ୍ରଶାସନ ଘୋଷଣା କରିଛନ୍ତି । ଏହି କଣ୍ଟେଣ୍ଟମେଣ୍ଟ ସମୟରେ କିଛି କାମ ଦାମ କରାଯାଇ ପାରିବି ନାହିଁ। ଯାଜପୁର ଜିଲ୍ଲା ବରୀ ତହସିଲ ଅଧିନ ବାଲିବିଲି ପଞ୍ଚାୟତରେ ଘରୋଇ କାମ କରଥିବା ଜେସିବି ମେସିନ ସହ ନିୟୋଜିତ 8ରୁ 10ଟି ଟ୍ରାକ୍ଟର ମାଟି ଖୋଳୁଥିବାର ଖବର ପାଇଁ ବରୀ ତହସିଲ ର ଅତିରିକ୍ତ ତହସିଲଦାର ଭାନୁମାଟି ମାଝୀ ଉକ୍ତ ସ୍ଥାନ ଉପରେ ଚଢ଼ାଉ କରିଥିଲେ ।
ଚଢ଼ାଉ ର ଖବର ପାଇଁ ଟ୍ରାକ୍ଟର ଗୁଡିକ ଖସି ପଳାଇ ଯାଇଥିଲେ । ସେହି ସ୍ଥାନରୁ ଏକ ଜେସିବିକୁ ଜବତ କରିବା ସହ ଗାଡ଼ିରୁ ଜୋରିମାନା ଆଦାୟ କରିଥିବା ଅତିରିକ୍ତ ତହସିଲଦାର ମାଝୀ କରିଛନ୍ତି । ସେହି ଜେସିବି ମେସିନ ନାମରେ ଏକ କେଶ କରିଥିବା ବରୀ ଅତ୍ରି ରିକ୍ତ ତହସିଲ ଦାର ମାଝୀ କହିଛନ୍ତି । ବରୀ ରେ ଅକାଧିକ ଟ୍ରାକ୍ଟର କେବଳ ଅଧା ରାତିରୁ ଘାଟ ରୁ ବାଲି ଟ୍ରାକ୍ଟର ମାଲିକ ମାନେ ଚୋରା ରେ ବିକ୍ରି କରୁଥିବା କୁହାଯାଇଛି। ପ୍ରଶାସନ ଚୋରା ବାଲି ମାଫିଆକଂ ପ୍ରତି ନଜର ଦେବାକୁ ସାଧାରଣରେ ଦାବି କରାଯାଇଛି।